Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

utkala khabar
Last updated: April 11, 2025 3:44 pm
utkala khabar
Published April 11, 2025
Share
SHARE

କ୍ରିକେଟ ୧୧ /୦୪ : କ୍ରିକେଟ  ପ୍ରେମୀଙ୍କ ପାଇଁ ବଡ ଖୁସି ଖବର । ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ । କ୍ରିକେଟ ଶେଷ ଥର ପାଇଁ ୧୯୦୦ମସିହାରେ ଅଲିମ୍ପିକ୍ସରେ  ସାମିଲ ହୋଇଥିଲା । ଟି-୨୦ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିଛି ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ୍ସ କମିଟି । ୨୦୨୮ ଅଲମ୍ପିକ୍ସକୁ ନେଇ ଏକ ନୂତନ ଅପଡେଟ୍ ଆସିଛି । ଏବେ କେବଳ ଟି-୨୦ ଫର୍ମାଟରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ଯେଉଁଟି ଭାଗ ନେବେ ୬ଟି ମହିଳା ଓ ପୁରୁଷ ଦଳ । ଯେଉଁଥିରେ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ପ୍ରତିଯୋଗିତା ହେବ ।

ଏନେଇ ଘୋଷଣା ପରେ ଆମେରିକାର ଲସଏଞ୍ଜଲସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟର ମଜା ନେଇପାରିବେ କ୍ରୀଡ଼ା ପ୍ରେମୀ । ୨୦୨୮ ଅଲିମ୍ପିକ୍ସକୁ ଆୟୋଜନ କରିବ ଆମେରିକା । ତେଣୁ ଆୟୋଜକ ଦେଶ ଭାବେ ଆମେରିକାକୁ ଅଲିମ୍ପିକ୍ସରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଏଥିରେ କେଉଁ କେଉଁ ଦେଶର କ୍ରିକେଟ୍ ଦଳ ଏଠାରେ ଖେଳିବେ ସେନେଇ ଯୋଗ୍ୟତାର ମାନଦଣ୍ଡ ଏବେ ଯାଏ ସ୍ଥିର କରାଯାଇନାହିଁ । ତେବେ ଅନ୍ୟ ୫ଟି ଦଳ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପକ୍ଷରେ ୨୦୨୮ ଅଲମ୍ପିକ୍ସ କ୍ରିକେଟ ପାଇଁ ଯୋଗ୍ୟତା ପ୍ରକ୍ରିୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ସୂଚନାମୁତାବକ ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ୯୦ ଜଣ ଖେଳାଳୀ ଖେଳିବେ । ସମ୍ପୃକ୍ତ ଖେଳାଳୀ ୧୫ ଜଣିଆ ଦଳ ଚୟନ କରିପାରିବେ । ଯଦି ଆମେରିକା ଆୟୋଜକ ଦେଶ ଭାବରେ ସିଧାସଳଖ ପ୍ରବେଶ ପାଏ, ତେବେ ପ୍ରତ୍ୟେକ ବର୍ଗର ଅନ୍ୟ ୫ଟି ଦଳର ଯୋଗ୍ୟତା ମାଧ୍ୟମରେ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ୧୯୦୦ ମସିହାରେ ପ୍ୟାରିସରେ ଅନୁଷ୍ଠିତ ଅଲମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ଫ୍ରାନ୍ସ ଏବଂ ଗ୍ରେଟ୍ ବ୍ରିଟେନ କ୍ରିକେଟରେ ଅଂଶଗ୍ରହଣ କରିଥିଲେ । ଏହି ଦୁଇ ଦଳ ମଧ୍ୟରେ ଦୁଇ ଦିନିଆ ମ୍ୟାଚ୍ କେଳାଯାଇଥିଲା । ଯାହାକୁ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚର ମାନ୍ୟତା ମିଳିଛି । କିନ୍ତୁ ଟି-୨୦ ଫର୍ମାଟରେ କ୍ରିକେଟ ଅଲିମ୍ପିକ୍ସଖେଳାଯିବ ।

You Might Also Like

ଅଁଳାକୁ ଡାଏଟରେ ସାମିଲ କରନ୍ତୁ

ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ନିମନ୍ତ୍ରଣ କରିଛନ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ

କାଳବୈଶାଖୀ ପ୍ରଭାବ, ୧୭ ଯାଏଁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଆଲର୍ଟ

ମୁଲାନ୍‌ପୁରରେ ପ୍ରଥମ ୨ଟି ପ୍ଲେଅଫ୍, ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍

ଶିଶୁ ବାଟିକା : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’

TAGGED:#UTKALA KHABAR128 yearsCricketOlympicsSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?