ଆଇପିଏଲ ୨୯/୫ : ଆଜି ଆଇପିଏଲ ପ୍ରଥମ କ୍ବାଲିଫାୟର ମୁକାବିଲା । ଫାଇନାଲ ଟିକେଟ ପାଇଁ ଲଢ଼ିବେ ଦୁଇ ଟିମ୍ । ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । ରାତି ସାଢ଼େ ୭ଟାରେ ମୁଲାନପୁରରେ ମ୍ୟାଚ । ଉଭୟ ଦଳ ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛନ୍ତି । ନିଜର ଜୟଯାତ୍ରା ଜାରି ରଖି ଏହି ମ୍ୟାଚରେ ଫାଇନାଲ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ଦୁଇ ଟିମ ।
ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଦୁଇ ଦଳ ଥିବାରୁ ଫାଇନାଲ ଯିବା ପାଇଁ କ୍ବାଲିଫାୟର ଦୁଇ ଖେଳିବାକୁ ଏମାନେ ସୁଯୋଗ ପାଇବେ। ଦୁଇ ଦଳ ଏପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାନ୍ତି। ଉକ୍ତ ଟ୍ରଫି ସ୍ବପ୍ନକୁ ପୂରଣ କରିବା ନେଇ ଉଭୟ ଦଳ ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ନେଇ ଲକ୍ଷ୍ୟ ରଖିଛନ୍ତି ।
ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ୍ ୧୧ ବର୍ଷ ପରେ ପ୍ଲେ ଅଫକୁ ଯାଇଛି। ଅନ୍ୟପଟେ ୯ ଥର ପ୍ଲେ ଅଫକୁ ଯାଇଥିଲେ ମଧ୍ୟ ପଞ୍ଜାବ କେବେ ବି ବିଜେତା ହେବାର ଗୌରବ ହାସଲ କରି ନାହିଁ।ଉଭୟ ଦଳ ପାଇଁ ଆଜିର ମ୍ୟାଚ୍ ବହୁ ଗୁରୁତ୍ବପୂର୍ଣ୍ଣ ।
ପଞ୍ଜାବ କିଙ୍ଗସ ଓ ଆରସିବି ମଧ୍ୟରେ ଯିଏ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ସେହିପରି ଆଜିର ମ୍ୟାଚ୍ ଯିଏ ହାରିବ ସେ କ୍ବାଲିଫାୟାର ମ୍ୟାଚ ୨ ଖେଳିବ । ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ ।
ଏଲିମିନେଟର ମ୍ୟାଚରେ ଯେଉଁ ଟିମ ଜିତିବ ସେ କ୍ବାଲିଫାୟାର ମ୍ୟାଚ ୨ରେ କ୍ବାଲିଫାୟାର ମ୍ୟାଚରେ ପରାସ୍ତ ହୋଇଥିବା ଟିମ୍ ସହିତ ଖେଳିବ ।
ଫାଇନାଲ ମ୍ୟାଚ ପ୍ରଥମ କ୍ବାଲିଫାୟାର ଟିମ୍ ଏବଂ ଏବଂ ଦ୍ବିତୀୟ କ୍ବାଲିଫାୟାର ଟିମ୍ ମଧ୍ୟରେ ହେବ ।