Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୁଲାନ୍‌ପୁରରେ ପ୍ରଥମ ୨ଟି ପ୍ଲେଅଫ୍, ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ମୁଲାନ୍‌ପୁରରେ ପ୍ରଥମ ୨ଟି ପ୍ଲେଅଫ୍, ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍

utkala khabar
Last updated: May 21, 2025 4:25 pm
utkala khabar
Published May 21, 2025
Share
SHARE

ଆଇପିଏଲ ୨0/୫ : ବିସିସିଆଇ ଆଇପିଏଲ- ୨0୨୫ ମ୍ୟାଚରେ ୪ଟି ପ୍ଲେଅଫ୍ ସ୍ଥାନ ଘୋଷଣା କରିଛି । ମୁଲାନ୍‌ପୁର ବା ନ୍ୟୁ ଚଣ୍ଡିଗଡ଼ ଓ ଅହମ୍ମଦାବାଦରେ ଏହି ୪ଟି ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ। ଚଳିତମାସରେ ଭାରତ- ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁଁ ୮ ଦିନ ଲାଗି ଆଇପିଏଲ୍‌ ସ୍ଥଗିତ ହେବା ପରେ ଘୋଷିତ ଖେଳସୂଚୀରେ ୪ଟି ପ୍ଲେଅଫ୍ ମ୍ୟାନ୍‌ର ସ୍ଥାନ ଘୋଷଣା କରା ଯାଇନଥିଲା ।

ବିସିସିଆଇ ଘୋଷଣା କରିଛି ଯେ ଚଳିତମାସ ୨୯ରେ ମୁଲାନ୍‌ପୁରରେ କ୍ୱାଲିଫାୟର-୧ ମୁକାବିଲା ହେବ। ୩୦ରେ ମୁଲାନ୍‌ପୁରରେ ହିଁ ଏଲିମିନେଟର ମ୍ୟାଚ୍ ଖେଳାଯିବ। ଜୁନ୍ ୧ରେ ଅହମ୍ମଦାବାଦରେ କ୍ୱାଲିଫାୟର-୨ ଏବଂ ଜୁନ୍ ୩ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା ଯେ କୋଲକତାର ଇଡେନ୍ ଗାର୍ଡେନ୍‌ସରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପୁଣି ପୂର୍ବ ଖେଳସୂଚୀରେ ହାଇଦରାବାଦରେ କ୍ୱାଲିଫାୟର-୧ ଓ ଏଲିମିନେଟର ଖେଳାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ୨ଟି ମ୍ୟାଚ୍ ମୁଲାନ୍‌ପୁରକୁ ମିଳିଛି । ପୁଣି ବିସିସିଆଇ ଘରୋଇ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କଲକାତାର ଘରୋଇ ଦଳ କେକେଆର୍ ପ୍ଲେଅଫରେ ପହଞ୍ଚି ନାହାନ୍ତି । ଅନ୍ୟପକ୍ଷରେ ମୁଳାନ୍‌ପୁରର ଘରୋଇ ଦଳ ପଞ୍ଜାବ କିଙ୍ଗସ ଓ ଅହମ୍ମଦାବାଦର ଘରୋଇ ଦଳ ଗୁଜରାଟ ଟାଇଟାନ୍ସ ପ୍ଲେଅଫ୍ ଖେଳିବାର ଥିବାରୁ ଉଭୟ ସହରକୁ ପ୍ଲେଅଫର ଆୟୋଜକ ଭାବେ ବଛାଯାଇଛି।

ଏଣେ ମେ’ ୨୩ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ଦେଙ୍ଗାଲୁରୁ (ଆର୍‌ସିବି)ର ଚୂଡ଼ାନ୍ତ ଘରୋଇ ମ୍ୟାଚ୍ ବର୍ଷା ଆଶଙ୍କା ଯୋଗୁଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି । ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ଏହି ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ। ମେ’ ୨୭ରେ ଆର୍‌ସିବି ଓ ଲକ୍ଷ୍ନୌ ସୁପରେ ଜାଏଣ୍ଟ୍‌ସ ମଧ୍ୟରେ ମ୍ୟାଚ୍ ମଧ୍ୟ ଲକ୍ଷ୍ନୌରେ ଖେଳାଯିବ। ଗତ ଏକ ସପ୍ତାହ ହେଲା ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେଉଛି । ଗତ ୧୭ରେ ଏଠାରେ ବଳକାତା ନାଇଟ୍ ରାଉଜର୍ସ ବିପକ୍ଷରେ ଆରସିବିର ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା ।

ବେଙ୍ଗାଲୁରୁରେ ଆଉ ୪/୫ ଦିନ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖ୍ ଆର୍‌ସିବି-ସନ୍‌ରାଇଜର୍ସ ମ୍ୟାଚ୍ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଉଛି । ବେଙ୍ଗାଲୁରୁ ଏହି ନିଷ୍ପତ୍ତିକୁ ସ୍ଵାଗତ ରଖୁଛି । ଶେଷ ୨ଟି ମ୍ୟାଚ୍ ଜିତି ଟେବୁଲର ପ୍ରଥମ ୨ଟି ସ୍ଥାନରେ ରହିବାକୁ ଆରସିବି ଲକ୍ଷ୍ୟ ରଖୁଛି । ୨୩ର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲେ ଆରସିବି କ୍ଷତି ସହିଥାଆନ୍ତା।

You Might Also Like

ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବେଆଇନ ଆଇସ ଫ୍ୟାକ୍ଟ୍ରି

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

CBSE ବୋର୍ଡ ପରୀକ୍ଷାରେ ଫେଲ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ

ଆଜିର ରାଶିଫଳ ଜାଣନ୍ତୁ

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ

TAGGED:#ipl match#UTKALA KHABARIndian Premier League 2025IPL PlayersSports match
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?