Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରଥମ ଟାଇଟଲ ଆଶାରେ ବେଙ୍ଗାଲୁରୁ-ପଞ୍ଜାବ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ପ୍ରଥମ ଟାଇଟଲ ଆଶାରେ ବେଙ୍ଗାଲୁରୁ-ପଞ୍ଜାବ

utkala khabar
Last updated: June 3, 2025 10:58 am
utkala khabar
Published June 3, 2025
Share
SHARE

ଆଇପିଏଲ ୩/୬ : ଆଜି ଆଇପିଏଲରେ ଫାଇନାଲ ଫାଇଟ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ମହାମୁକାବିଲା । ରାତି ସାଢ଼େ ୭ଟାରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେରେ ଖେଳାଯିବ ମ୍ୟାଚ । ଆଇପିଏଲକୁ ଏଥର ମିଳିବ ନୂଆ ବିଜେତା । କିଏ ମାରିବ ବାଜି ତାଉପରେ ସମସ୍ତଙ୍କ ନଜର ରହିଛି । ଫାଇନାଲ ଲଢେଇରେ RCBର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଫୋକସ ରହିବ ।

ସେପଟେ ଜବରଦସ୍ତ ଫର୍ମରେ ଅଛନ୍ତି ପଞ୍ଜାବ ଟିମ୍ ଅଧିନାୟକ ଶ୍ରେୟସ ଆୟାର । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ପୂର୍ବରୁ ଫାଇନାଲାରେ ଜାଗା ପକ୍କା କରିଛି ବେଙ୍ଗାଳୁରୁ ।

ପଞ୍ଜାବ ଟିମ ଅଧିନାୟକ ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ରହିଛନ୍ତି । କ୍ବାଲିଫାୟର-୨ରେ ଆୟରଙ୍କ ବିସ୍ଫୋରକ ଇନିଂସ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଛି । ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପର ୩୬ଥର ମୁହାଁମୁହିଁ ହୋଇଛନ୍ତି ।

ବେଙ୍ଗାଳୁରୁ ୧୮ ଓ ପଞ୍ଜାବ ୧୮ ଥର ବାଜି ମାରିଛନ୍ତି । ଚଳିତ ସିଜନରେ ଦୁଇ ଟିମ ପରସ୍ପରକୁ ୩ ଥର ଭେଟିଛନ୍ତି । ଲିଗ ପର୍ଯ୍ୟାୟରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତିଛନ୍ତି। ଫାଇନାଲ ଲଢେଇରେ RCBର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଫୋକସ ରହିବ । ସିଜନରେ ୬୧୪ ରନ କରିଛନ୍ତି ବିରାଟ । ଫିଲ ସଲ୍ଟ, ଜୋଶ ହେଜଲଉଡ, ଟିମ ଡେଭିଡ ଆରସିବି ପାଇଁ କି ପ୍ଲେୟାର ହୋଇପାରନ୍ତି ।

ସେହିପରି ପଞ୍ଜାବର ଶ୍ରେୟସ ଆୟରଙ୍କ ଉପରେ ନଜର ରହିବ। ଚଳିତ ଆଇପିଏଲରେ ୬୦୩ ରନ କରିଛନ୍ତି ପଞ୍ଜାବ ଅଧିନାୟକ। ଟିମରେ ପ୍ରଭସମରନ ସିଂହ ଓ ପ୍ରିୟାଂଶୁ ଆଯ୍ୟଙ୍କ ଭଳି ବ୍ୟାଟର ଅଛନ୍ତି । ବୋଲିଂରେ ଜୋଶ ହାଜାଲଉଡ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ମିଳିଛି ୨୧ ୱିକେଟ । ତାଙ୍କୁ ଟକ୍କର ଦେଉଛନ୍ତି ପଞ୍ଜାବ କିଙ୍ଗସର ଅର୍ସଦୀପ ସିଂ । ୧୮ ୱିକେଟ ନେଇ ବ୍ୟାରଟଙ୍କ ହୋସ ଉଡାଇଦେଇଛନ୍ତି ।

You Might Also Like

ଖରାଦିନେ ଭେଣ୍ଡି ଖାଇଲେ ଦେହ ପାଇଁ ଉପକାରୀ ଅଟେ

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

ଆହୁରି ୩ ଦିନ ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଉପରେ

ଏହି କାରଣରୁ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି ବିରୁଷ୍କା

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ମୁହଁ ଖୋଲିଲା ପାକିସ୍ତାନ

TAGGED:#Punjab Kings#royal challengers bengaluru#UTKALA KHABARFinal MatchIndian Premier League 2025Ipl CrownIPL Trophy winners 2025New Champion
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?