Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆରସିବିର ବ୍ୟାଟିଂ ବିସ୍ଫୋରଣ; କୋହଲିଙ୍କ ପରେ ନିର୍ଦ୍ଧୁମ ପିଟିଲେ ପାଟିଦାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଆରସିବିର ବ୍ୟାଟିଂ ବିସ୍ଫୋରଣ; କୋହଲିଙ୍କ ପରେ ନିର୍ଦ୍ଧୁମ ପିଟିଲେ ପାଟିଦାର

utkala khabar
Last updated: April 8, 2025 11:31 am
utkala khabar
Published April 8, 2025
Share
SHARE

ମୁମ୍ବାଇ ୦୮/୦୪ : ଓ୍ବାଙ୍ଖଡେରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟିଂ ବିସ୍ଫୋରଣ । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ରନ୍‌ର ପାହାଡ଼ ଛିଡ଼ା କଲା ଆରସିବି । ୨୦ ଓଭରରେ ୨୨୧ ରନ୍‌ର ବିଶାଳ ସ୍କୋର କରିଛି ।  ଫଳରେ ମୁମ୍ବାଇ ଆଗରେ ୨୨୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ବେଙ୍ଗାଲୁରୁ ପକ୍ଷରୁ ବିରାଟ୍ କୋହଲି ଏବଂ ଅଧିନାୟକ ରଜତ୍ ପାଟିଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେହିପରି ଓ୍ବିକେଟ୍ କିପର ବ୍ୟାଟର ଜିତେଶ ଶର୍ମା ୪୦ ରନ୍‌ର ଧୁଆଁଦାର ପାଳି ଖେଳିଛନ୍ତି । ମୁମ୍ବାଇ ପକ୍ଷରୁ ଟେଣ୍ଟ ବୋଲ୍ଟ ଓ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

ଫାଟାଫଟ୍ କ୍ରିକେଟ୍ ମହାସମର ଜାରି ରହିଛି । ଆଇପିଏଲ ୨୦୨୫ରେ ସୋମବାର ଖେଳାଯାଇଛି ୨୦ତମ ମ୍ୟାଚ୍ । ଓ୍ବାଙ୍ଖଡେରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏମଆଇ । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ଆରସିବି । ବିରାଟ୍ କୋହଲି ଓ ଫିଲ୍‌ପ ସଲ୍ଟ ଓପନିଂ କରିଥିଲେ । ସଲ୍ଡ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ପାଡିକଲଙ୍କ ସହିତ କୋହଲି ସ୍କୋର ବୋର୍ଡକୁ ଦ୍ରୁତଗତିରେ ଆଗକୁ ନେଇଥିଲେ । ବିରାଟ ଓ୍ବାଙ୍ଖଡେରେ ମୁମ୍ବାଇ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ସେ ୪୨ଟି ବଲ୍ ଖେଳି ୬୭ ରନ୍ କରିଥିବା ବେଳେ ଦେବଦତ୍ତ ପାଡିକଲ୍ ୩୭ ରନ୍ କରିଥିଲେ । ଏହାପରେ ଅଧିନାୟକ ରଜତ୍ ପାଟିଦାର ୨୦୦ ଷ୍ଟ୍ରାଇକ୍ ରେଟରେ ପ୍ରହାର କରିଥିଲେ । ସେ ମାତ୍ର ୩୨ଟି ବଲ୍ ଖେଳି ୬୪ ରନ୍ କରିଥିଲେ । ଶେଷରେ ଜିତେଶ ଶର୍ମା ଫିନିସିଂ ଟଚ୍ ଦେଖିଲେ । ଜିତେଶ  ୪୦ ରନ୍ କରି ଦଳର ସ୍କୋରରୁ ୨୨୧ରେ ପହଞ୍ଚାଇଥିଲେ । ଯାହାଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୨୨୨ରନ ଟାର୍ଗେଟ୍ ରହିଥିଲା ।

You Might Also Like

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଇମେଲରେ ଆସିଲା ହତ୍ୟା ଧମକ

ବାହାଘରର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ

ଜସ୍ମିନଙ୍କ ପ୍ରେମରେ ହାର୍ଦ୍ଦିକ ଉବୁଟୁବୁ ! ମୁମ୍ବାଇ ଇଣ୍ଡିଆନ୍ସ ବସରେ ନଜର ଆସିଲେ ଜସ୍ମିନ

ଦିଲ୍ଲୀଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଆଜି ଖେଳିବ ଲକ୍ଷ୍ନୌ

ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଭବ ସୂର୍ଯ୍ୟବଂଶୀ

TAGGED:#ipl 2025#iplmatch#mumbai indians#rajat patidar#royal challengers bengaluru#sports
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?