ଚଣ୍ଡୀଗଡ଼ ୨୪/୫ : କୋର୍ଟ ଗଲେ ପ୍ରୀତି ଜିଣ୍ଟା । ପଞ୍ଜାବ କିଙ୍ଗସର କୋ ଓନର ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କରିଛନ୍ତି । ସହ ନିର୍ଦ୍ଦେଶକ ମୋହିତ ବର୍ମନ ଓ ନେସ ୱାଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତିନି ଜଣ ଯାକ KPH ଡ୍ରିମ କ୍ରିକେଟ ପ୍ରାଇଭେଟ ଲିମିଟେର ନିର୍ଦ୍ଦେଶକ ଅଛନ୍ତି । ଯାହାକି ଆଇପିଏଲରେ ପଞ୍ଜାବ କିଙ୍ଗସର ମାଲିକାନା ରହିଛି ।
ଗତ ୨୧ ତାରିଖରେ ଅନୁଷ୍ଠିତ ବୈଠକର ବୈଧତାକୁ ପ୍ରୀତି ଜିଣ୍ଟା ଚ୍ୟାଲେଞ୍ଜ କରିଛନ୍ତି । ଏହା ବୈଠକରେ କମ୍ପାନୀ ଆଇନ୨୦୧୩ରେ ଥିବା ବ୍ୟବସ୍ଥାକୁ ଅନୁସରଣ କରାଯାଇନାହିଁ । ପୂର୍ବରୁ ଗତ ଏପ୍ରିଲ ୧୦ରେ ଇମେଲ ଯୋଗେ ସେ ବୈଠକ ଉପରେ ଆପତ୍ତି ଉଠାଇଥିଲେ । ହେଲେ ଏହାକୁ ଗୁରୁତ୍ୱ ଦିଆଯାଇନଥିଲା ।
ନେସ ୱାଡ଼ିଆଙ୍କ ସମର୍ଥନରେ ମୋହିତ ବର୍ମନ ବୈଠକ କରିଥିଲେ । ବୈଠକରେ ମୁନୀଶ ଖାନ୍ନାଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତିକୁ ନେଇ ସେ ତୀବ୍ର ପ୍ରତିବାଦ କରିଛନ୍ତି । ଖାନ୍ନାଙ୍କୁ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାରୁ ବାରଣ କରିବାକୁ ପ୍ରୀତି ଜିଣ୍ଟା ଆବେଦନରେ ଦର୍ଶାଇଛନ୍ତି ।