Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୧୮ ରନରେ ଜିତିଲା ପଞ୍ଜାବ କିଙ୍ଗ୍ସ ,ଚେନ୍ନାଇର ଲଗାତାର ୪ର୍ଥ ପରାଜୟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

୧୮ ରନରେ ଜିତିଲା ପଞ୍ଜାବ କିଙ୍ଗ୍ସ ,ଚେନ୍ନାଇର ଲଗାତାର ୪ର୍ଥ ପରାଜୟ

utkala khabar
Last updated: April 9, 2025 11:11 am
utkala khabar
Published April 9, 2025
Share
SHARE

ଚଣ୍ଡିଗଡ଼: ପ୍ରିୟାଂଶ ଆର୍ଯ୍ୟଙ୍କ ଦମଦାର ଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ। ଚଣ୍ଡିଗଡ଼ରେ ଖେଳା ଯାଇଥିବା ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ୧୮ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି।  ବିଜୟ ସହ ପଞ୍ଜାବ କିଙ୍ଗ୍ସ ୬ ପଏଣ୍ଟ ପାଇ ଅଙ୍କ ତାଲିକାରେ ଚତୁର୍ଥରେ ରହିଛି। ଅନ୍ୟପଟେ ଚେନ୍ନାଇର ପରାଜୟ ଧାରା ଜାରି ରହିଛି। ଦଳ ଲଗାତାର ଚତୁର୍ଥ ପରାଜୟ ଭୋଗି ନବମ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରିୟାଂଶ ଆର୍ଯ୍ୟଙ୍କ ୧୦୩ ରନ ଓ ଶଶାଙ୍କ ସିଂଙ୍କ ୫୨ ରନ ବଳରେ ୬ ଓ୍ଵିକେଟ୍ ବିନିମୟରେ ୨୧୯ ରନ କରିଥିଲା। ଜବାବରେ ଚେନ୍ନାଇ ୫ ଓ୍ଵିକେଟ୍ ହରାଇ ୨୦୧ ରନ କରି ପାରିଛି। ଡେଭନ କନଓ୍ଵେ ସର୍ବାଧିକ ୬୯ ରନ କରି ରିଟାୟର୍ଡ ହଟ୍ ହୋଇଥିବା ବେଳେ ଶିବମ ଦୁବେ ୪୨ ରନ କରିଥିଲେ। ଧୋନୀ ଦ୍ରୁତ ୨୭ ରନ କରିଥିଲେ ଦଳକୁ ଜିତାଇ ପାରି ନ ଥିଲେ।

୨୨୦ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଚେନ୍ନାଇ ପକ୍ଷରୁ ଦୁଇ ଓପନର ରଚିନ ରବୀନ୍ଦ୍ର ଓ ଡେଭନ କନଓ୍ଵେ ଭଲ ଆରମ୍ଭ ଦେଇଥିଲେ। ରଚିନ ୩୬ ରନ କରିଥିବା ବେଳେ କନଓ୍ଵେଙ୍କ ସହ ୬୧ ରନ ଯୋଡ଼ିଥିଲେ। ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ୧ ରନ କରି ଆଉଟ୍ ହେବା ଦଳକୁ ନିରାଶ କରିଥିଲା। ଏହା ପରେ କନଓ୍ଵେ ଓ ଶିବମ ଦୁବେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ୮୯ ରନ ଯୋଡ଼ିଥିଲେ ହେଁ ଦଳକୁ ଜିତିବା ପାଇଁ ଯେତିକି ଦ୍ରୁତ ବ୍ୟାଟିଂର ଆବଶ୍ୟକତା ଥିଲା ତାହା କରିବାରେ ବିଫଳ ହୋଇଥିଲେ। ୧୬ତମ ଓଭରରେ ଶିବମ ଦୁବେ ୪୨ ରନ କରି ପାଭିଲିୟନ ଫେରିଥିଲେ। ଏହି ସମୟରେ ଚେନ୍ନାଇକୁ ମ୍ୟାଚ୍ ଜିତିବା ପାଇଁ ୨୫  ବଲରୁ ୬୯ ରନ ଆବଶ୍ୟକ ଥିଲା।

ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହେବା କାରଣରୁ କନଓ୍ଵେ ବ୍ୟକ୍ତିଗତ ୬୯ ରନ ସ୍କୋରରେ ରିଟାୟର୍ଡ ଆଉଟ୍  ହୋଇଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଫଳସ୍ଵରୂପ ଚେନ୍ନାଇକୁ ଶେଷ ୩ ଓଭରରେ ୫୯ ରନ ଦରକାର ଥିଲା, ଯାହା ଜରୁରୀ ରନ ରେଟରୁ ଢେର ଅଧିକ ଥିଲା।

ଧୋନୀ ସମାଲୋଚକଙ୍କୁ ଜବାବ ଦେବାକୁ ଯାଇ ଆଜି ନମ୍ବର ୫ରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ପୂର୍ବରୁ ଦଳର ଆବଶ୍ୟକ ରନ ହାର ବଢି ଯାଇଥିଲା । ଧୋନୀ ୧୨ ବଲରୁ ୧ ଚୌକା ଓ ୩ ଛକା ସହ ୨୭ ରନ କରି ଆଉଟ୍ ହେବା ସହ ଦଳର ପରାଜୟ ସୁନିଶ୍ଚିତ ହୋଇ ଯାଇଥିଲା। ଚେନ୍ନାଇ ୫ ଓ୍ଵିକେଟ୍ ହରାଇ ୨୦୧ ରନ କରି ପାରିଥିଲା।

You Might Also Like

ଶ୍ରୀମତୀ ବୁମ୍ରା କାହିଁକି ଫ୍ୟୁରିୟସ୍? ଦେଖନ୍ତୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଆଇପିଏଲ ମଝିରେ କାହିଁକି ଏମିତି କଲେ GT ବୋଲର, ଦଣ୍ଡିତ କଲା ବିସିସିଆଇ

ଶୁଭମନ-ସାରା କାହା ପାଇଁ ଅଲଗା ହେଲେ

ପ୍ରଥମ ଟାଇଟଲ ଆଶାରେ ବେଙ୍ଗାଲୁରୁ-ପଞ୍ଜାବ

ଭାରତ ଓ ପାକିସ୍ତାନ ଯୁଦ୍ଧ ମଧ୍ୟରେ ବନ୍ଦ ହୋଇପାରେ ଆଇପିଏଲ-୨୦୨୫

TAGGED:#century#chandigard#Chennai Super Kings#ipl 2025#ipl match#priyansh arya#Punjab Kings
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?