Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଇପିଏଲରେ ପ୍ରଥମ ଥର ରେକର୍ଡ ହାସଲ କଲେ ଶ୍ରେୟସ ଆୟର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଆଇପିଏଲରେ ପ୍ରଥମ ଥର ରେକର୍ଡ ହାସଲ କଲେ ଶ୍ରେୟସ ଆୟର

utkala khabar
Last updated: May 22, 2025 11:32 am
utkala khabar
Published May 22, 2025
Share
SHARE

ଆଇପିଏଲ ୨୨/୫ : ଭାରତୀୟ କ୍ରିକେଟର ନିଜର ଆକ୍ରମଣାତ୍ମକ କ୍ରିକେଟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଆୟର ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଆୟରଙ୍କ ନେତୃତ୍ବରେ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟ ଅଲଗା ହୋଇ ଯାଇଥିଲେ। କେକେଆର ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଘୋଷଣା କରିଥିଲା।

ଅନ୍ୟ ପକ୍ଷରେ ଆଇପିଏଲ ଇତହାସର ଦ୍ବିତୀୟ ମହଙ୍ଗା ଖେଳାଳି ରହିଥିବା ଆୟର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ। ରବିବାର ଡବଲ ହେଡର ମ୍ୟାଚରେ ଶ୍ରେୟସ ଆୟରଙ୍କ ପଞ୍ଜାବ କିଙ୍ଗ୍ସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଏହା ସହ ଦଳ ପ୍ଲେ ଅଫରେ ମଧ୍ୟ ପ୍ରବେଶ କରିଥିଲା।

ଶ୍ରେୟସ ଆୟର ଆଇପିଏଲରେ ୩ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଥିବା ବେଳେ ପ୍ଲେ ଅଫରେ ପ୍ରବେଶ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ଆୟର ୨୦୧୯ ଓ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଥିଲେ। ଉଭୟ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ପ୍ରବେଶ କରିଥିଲା। ଏହା ମଧ୍ୟରୁ ଗୋଟିଏ ସିଜନରେ କ୍ୟାପିଟାଲ୍ସ ରନର ଅପ ମଧ୍ୟ ହୋଇଥିଲା। ପରେ ରିଷଭ ପନ୍ତଙ୍କୁ ଅଧିନାୟକତ୍ବ ମିଳିଥିବା ବେଳେ ଆୟର କ୍ୟାପିଟାଲ୍ସ ଛାଡି କୋଲକାତା ନାଇଟ ରାଇଡର୍ସରେ ଯୋଗ ଦେଇଥିଲେ। ୨୦୨୪ରେ ଦଳକୁ ଚାମ୍ପିୟନ କରିଥିଲେ ମଧ୍ୟ ଆୟରଙ୍କୁ ରିଟେନ କରି ନ ଥିଲା କେକେଆର। ଚଳିତ ସିଜନରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆୟରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲେ ମଧ୍ୟ ସେ କେବଳ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ନେହାଲ ୱଧେରା ୩୭ ବଲରୁ ୭୦ ଓ ଶଶାଙ୍କ ସିଂ ୩୦ ବଲରୁ ୫୯ ରନ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ଆୟର ୨୫ ବଲରୁ ୩୦ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୨୧୯ ରନ କରିଥିଲା।

ଜବାବରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୭ ୱିକେଟ ହରାଇ ୨୦୯ ରନ କରିଥିଲା। ଦଳ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୫୩ ଓ ଯଶସ୍ବୀ ଜୟସ୍ବାଲ ୫୦ ରନ କରିଥିଲେ। ପଞ୍ଜାବ ପକ୍ଷରୁ ସବଷ୍ଟିଚ୍ୟୁଟ ଭାବେ ଆସିଥିବା ହରପ୍ରୀତ ବ୍ରାର ୨୨ ରନରେ ୩ ୱିକେଟ ନେଇ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।

ଆଇପିଏଲରେ ଚଳିତ ସିଜନରେ ବର୍ତ୍ତମାନ ସୁଦ୍ଧା ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ସେହିପରି ଅନ୍ୟ ଗୋଟିଏ ବଳକା ସ୍ଥାନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।

 

You Might Also Like

୧୯ ଯାଏ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

TAGGED:#Punjab Kings#UTKALA KHABARIndian Premier League 2025Shreyas IyerSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?