Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଲକ୍ଷ୍ନୌକୁ ହରାଇଲା ପଞ୍ଜାବ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଲକ୍ଷ୍ନୌକୁ ହରାଇଲା ପଞ୍ଜାବ

utkala khabar
Last updated: April 2, 2025 4:05 pm
utkala khabar
Published April 2, 2025
Share
SHARE

ଲକ୍ଷ୍ନୌ ୦୨ /୦୪ : ୱିକେଟ୍‌ରକ୍ଷକ ବ୍ୟାଟର୍ ପ୍ରଭସିମ୍ରନ୍ ସିଂହ (୬୯)  ଏବଂ ଅଧିନାୟକ ଶ୍ରେୟସ୍ ଆୟର (୫୨*)ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପଞ୍ଚମରୁ ଦ୍ବିତୀୟକୁ ଉଠିଛି ପଞ୍ଜାବ। ଅନ୍ୟପକ୍ଷରେ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ତୃତୀୟରୁ ଷଷ୍ଠ ସ୍ଥାନକୁ ଖସିଛି। ମଙ୍ଗଳବାର ଲକ୍ଷ୍ନୌ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ପଞ୍ଜାବ ୨୨ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ପ୍ରଭସିମରନ୍ ଓ ଶ୍ରେୟସଙ୍କ ଛଡ଼ା ନେହଲ ୱାଧେରା ୨୫ ବଲ୍‌ରୁ ୪୩* ରନ୍‌ର ଦର୍ଶନୀୟ ପାଳି ଖେଳିଥିଲେ। ଅଧିନାୟକ ଶ୍ରେୟସ୍ ଓ ସେ ଅବିଭାଜିତ ତୃତୀୟ ୱିକେଟ୍‌ରେ ୬୭ ରନ୍ ଯୋଡ଼ି ପଞ୍ଜାବକୁ ସହଜ ବିଜୟ ଉପହାର ଦେଇଥିଲେ।

ପଞ୍ଜାବ ଟସ୍ ଜିତି ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟରଙ୍କ ଏହି ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖି ପଞ୍ଜାବ ବୋଲର୍‌ମାନେ ପାୱାର ପ୍ଲେ’ ଭିତରେ ପ୍ରତିପକ୍ଷ ଅଧିନାୟକ ଋଷଭ ପନ୍ତଙ୍କ ସହ ଲକ୍ଷ୍ନୌର ତିନିଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ୨୭ କୋଟି ଟଙ୍କାରେ ବିକ୍ରି ହୋଇଥିବା ପନ୍ତ ଲଗାତାର ତୃତୀୟ ମ୍ୟାଚ୍ ପାଇଁ ବିଫଳ ହେବା ସହ କାମଚଳା ସ୍ପିନର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନିଜ ୱିକେଟ୍ ଟେକି ଦେଇଥିଲେ। ତେବେ ନିକୋଲାସ ପୂରନ୍ (୩୦ ବଲ୍‌ରୁ ୪୪ ରନ୍) ଓ ଆୟୁଷ ବଡୋନି (୩୩ ବଲ୍‌ରୁ ୪୧ ରନ୍)ଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ଲକ୍ଷ୍ନୌ ରନ୍ ଗତି ସେତେଟା କମି ନଥିଲା। ଅଷ୍ଟମରେ ଆସିଥିବା ଅବଦୁଲ ସମାଦ ମାତ୍ର ୧୨ ବଲ୍‌ରୁ ୨୭ ରନ୍‌ର ବିସ୍ଫୋରକ ପାଳି ଖେଳିବାରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରି ନେଇଥିଲା। ଅର୍ଶଦୀପ ସିଂହ ୪୩ ରନ୍ ବ୍ୟୟ କରି ୩ ୱିକେଟ୍ କରାୟତ୍ତ କରିଥିଲେ।

ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୨୦ ଓଭରରେ ୧୭୧/୭ (ନିକୋଲାସ ପୂରନ ୪୪, ଆୟୁଷ ବଡୋନି ୪୧, ଏଦେନ ମାରକ୍ରମ ୨୮,  ଅବଦୁଲ ସମଦ ୨୭, ଅର୍ଶଦୀପ ସିଂହ ୩/୪୩, ଗ୍ଲେନ୍ ମ୍ୟାକ୍ସୱେଲ୍ ୧/୨୨, ଲୋକି ଫର୍ଗୁସନ୍ ୧/୨୬, ମାର୍କୋ ୟାନସେନ ୧/୨୮)। ପଞ୍ଜାବ କିଙ୍ଗ୍ସ ୧୬.୨ ଓଭରରେ ୧୭୭/୨ (ପ୍ରଭସିମ୍ରନ୍ ସିଂହ ୬୯, ଶ୍ରେୟସ୍ ଆୟର ୫୨*, ନେହଲ ୱାଧେରା ୪୩*, ଦିଗ୍ବେସ ରାଠୀ ୨/୩୦)।

You Might Also Like

୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ

ଭାରତୀୟ ଭାବେ IPLରେ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କଲେ ପ୍ରିୟାଂଶ

ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଜେପି ନଡ୍ଡା

ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ

TAGGED:#ipl 2025#ipl match#lucknow#punjab#sports#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?