Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା

utkala khabar
Last updated: May 24, 2025 11:47 am
utkala khabar
Published May 24, 2025
Share
SHARE

ଆଇପିଏଲ ୨୪/୫ : ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଅଧିନାୟକ ପାଟ୍ କମିନ୍ସଙ୍କ ଶାଣିତ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଏକଦା ୧୭୩ ରନରେ ୩ ୱିକେଟ୍ ହରାଇଥିବା ବେଙ୍ଗାଲୁରୁ ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮୯ ରନରେ ଅଲଆଉଟ୍ ହୋଇଛି । ଫିଲିପ ସଲ୍ଟ ୬୨ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୪୩ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନର ବିଶାଳ ସ୍କୋର କରିଥିଲା । ଇଶାନ କିଶନ ୯୪ ରନର ଅପରାଜିତ ଇନିଂସ ଖେଳିଥିଲେ । ପରାଜୟ ସହ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ତୃତୀୟକୁ ଖସି ଆସିଛି । ହାଇଦ୍ରାବାଦ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ।

୨୩୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଓପନିଂରେ ୭ ଓଭରରେ ୮୦ ରନ ଯୋଡିଥିଲେ । ବିରାଟ କୋହଲି ୨୫ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଭାଗିଦାରୀରେ ୪୦ ରନ ଯୋଡି ଦଳର ସ୍କୋରକୁ ୧୨୦ ରନରେ ପହଞ୍ଚାଇଥିଲେ । ମୟଙ୍କ ୧୧ ରନ କରି ନିରାଶ କରିଥିଲେ । ସଲ୍ଟଙ୍କୁ ଆଉଟ୍ କରି ପାଟ୍ କମିନ୍ସ ଦଳକୁ ବଡ ସଫଳତା ଦେଇଥିଲେ । ସଲ୍ଟ ୩୨ ବଲରୁ ୪ ଚୌକା ଓ ୫ ଛକା ସହ ୬୨ ରନ କରିଥିଲେ ।

ଏକଦା ୩ ୱିକେଟ୍ ହରାଇ ୧୭୩ ରନ କରିଥିବା ଆରସିବି ଅଚାନକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ରଜତ ପାଟିଦାର ୧୮ ରନ କରି ଆଉଟ୍ ହେବା ପରେ ଜଣେ ପରେ ଜଣେ ବ୍ୟାଟର ପାଭିିଲିୟନ ଫେରିଥିଲେ । ଅଧିନାୟକ ଦାୟିତ୍ୱ ତୁଲାଇଥିବା ଜିତେଶ ଶର୍ମା ୨୪ ରନ କରିପାରିଥିଲେ । ରୋମାରିଓ ସେଫର୍ଡ ୦, କୃଣାଲ ପାଣ୍ଡ୍ୟା ୮, ଟିମ୍ ଡେଭିଡ ୧ ଆଉଟ୍ ହେବା ଦଳକୁ ପରାଜୟକୁ ଠେଲିଥିଲା । ଶେଷରେ ଆରସିବି ୧୯.୫ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଛି ।ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ୪ ଓଭରରେ ୨୮ ରନ ଦେଇ ୩ ୱିକେଟ୍ ଅକ୍ତିକାର କରିଛନ୍ତି । ଇଶାନ ମାଲିଙ୍ଗାଙ୍କୁ ୨ଟି ୱିକେଟ୍ ମିଳିଛି ।

 

You Might Also Like

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Oppo A5 Pro 5G, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

ପ୍ରତି ମାସରେ ୩୦ ଦିନ ପାଇଁ କାହିଁକି ଆସେ ଦରମା? ଜାଣନ୍ତୁ

ଭାବୀ ଜ୍ୱାଇଁ ସହ ଫେରାର ଶାଶୁ, ଫେରି ଆସି କହିଲେ କିଛି ଏମିତି

ଆପଣ ମ୍ୟାଙ୍ଗୋସେକ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସଚେତନ

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

TAGGED:#royal challengers bengaluru#UTKALA KHABARIndian Premier League 2025matchSports matchSunrisers Hyderabad
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?