Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅଯୋଧ୍ୟାର ହନୁମାନଗଢି ମନ୍ଦିରରେ ଦର୍ଶନ କଲେ ବିରାଟ ଓ ଅନୁଷ୍କା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଅଯୋଧ୍ୟାର ହନୁମାନଗଢି ମନ୍ଦିରରେ ଦର୍ଶନ କଲେ ବିରାଟ ଓ ଅନୁଷ୍କା

utkala khabar
Last updated: May 26, 2025 1:06 pm
utkala khabar
Published May 26, 2025
Share
SHARE

ଉତ୍ତରପ୍ରଦେଶ  ୨୬/୫ : ବିରାଟ କୋହଲି ଟେଷ୍ଟରୁ ଅବସର ନେବା ପରେ ଆଧ୍ୟାତ୍ମିକ ମାର୍ଗରେ ଚାଲିଛନ୍ତି । ପ୍ରଥମେ ପ୍ରେମାନନ୍ଦଜୀ ମହାରାଜଙ୍କୁ ଦର୍ଶନ କରିବା ପରେ ଏବେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ବିରାଟ ଓ ଅନୁଷ୍କା ଦୁହେଁ ଅଯୋଧ୍ୟାର ହନୁମାନଗଢି ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି ।

ଯାହାର ଭିଡିଓ ଭାଇରଲ ହେଉଛି । ଭିଡିଓରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମନ୍ଦିରରେ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିଲା ।

ଭିଡିଓରେ ଅନୁଷ୍କା ପିଙ୍କ କଲର ସୁଟ୍ ପିନ୍ଧିଥିବା ବେଳେ ମଥାରେ ଓଢଣୀ ଦେଇଛନ୍ତି ଏବଂ ବିରାଟ କୋହଲି ହ୍ବାଇଟ କଲର ଆଉଟଫିଟ୍ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଦୁହେଁ ଭଗବାନଙ୍କ ଭକ୍ତିରେ ଆଗେଇଛନ୍ତି ।

ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏହାପରେ ବୃନ୍ଦାବନ ଯାଇଥିଲେ । ଅନୁଷ୍କା ଓ ବିରାଟ ଦୁହେଁ ପ୍ରେମାନନ୍ଦ ମହାରାଜଙ୍କ ନିକଟକୁ ଯାଇଥିଲେ ।

ବିରୁଷ୍କା ରାଧା କେଲୀ କୁଞ୍ଜ ଆଶ୍ରମରେ ସାଢେ ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ଅଟକିଥିଲେ। ଏହି ସମୟରେ ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଥିଲେ।

https://utkalakhabar.in/wp-content/uploads/2025/05/FExafiNLHdpdk-Sj.mp4

ଅନୁଷ୍କା-ବିରାଟ ଏହା ପୂର୍ବରୁ ନିଜ ପିଲାଙ୍କୁ ଧରି ପ୍ରେମାନନ୍ଦଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଯାଇଥିଲେ । ବିରାଟ ଏବଂ ଅନୁଷ୍କାଙ୍କ ପ୍ରେମାନନ୍ଦ ମହାରାଜଙ୍କ ସହ କଥା ହୋଇ ପ୍ରଥମେ ଭିଡିଓ ଭାଇରଲ ହେଉଥିଲା । ସର୍ବପ୍ରଥମେ ବିରାଟ କୋହଲି ୨୦୨୩ରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ ।

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିରାଟ ନିଜ ଟେଷ୍ଟ କ୍ୟାରିଅରରେ ମୋଟ ୧୨୩ଟି ମ୍ୟାଚ ଖେଳିଛନ୍ତି । ୯,୨୩୦ ରନ୍ କରିଛନ୍ତି । ଏଥିରେ ୩୦ ଶତକ ଏବଂ ୩୧ଟି ଅର୍ଦ୍ଧଶତକ ରହିଛି । ବିରାଟ କୋହଲି ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ୪ର୍ଥ ସବୁଠାରୁ ସଫଳ ବ୍ୟାଟର ଭାବରେ ପରିଚିତ ।

You Might Also Like

ବିସିସିଆଇର ବାର୍ଷିକ ଚୁକ୍ତି: କାହାର ହେବ ପ୍ରମୋସନ, କିଏ ହରାଇବ କଣ୍ଟ୍ରାକ୍ଟ?

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଆତଙ୍କୀଙ୍କ ଘରକୁ IED ବ୍ଲାଷ୍ଟ କରି ଉଡ଼ାଇଲା ସେନା

ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି : ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ଶୀତଳ ଷଷ୍ଠୀ : ମହାଦେବ ସାଜିବେ ବର, ମାତା ପାର୍ବତୀ ସାଜିବେ କନିଆ

TAGGED:#ayodhya#UTKALA KHABARAnushka SharmaHanuman Garhi TempleIndian cricketerUttar PradeshVirat kohliVisit
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?