Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?

utkala khabar
Last updated: May 14, 2025 12:31 pm
utkala khabar
Published May 14, 2025
Share
SHARE

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।

ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା ଈଶ୍ଵରଙ୍କ କୃପା ନୁହେଁ, ବରଂ ଏହା ପୁଣ୍ୟ ଅଟେ। ଆପଣ ଦେଖିଥିବେ ଭୁଲ କାମ କରୁଥିବା ଲୋକଙ୍କୁ ବି ବୈଭବ ମିଳିଥାଏ।

ଏହା ତାଙ୍କର ପୂର୍ବ ଜନ୍ମର କୌଣସି ପୁଣ୍ୟ କାର୍ଯ୍ୟରୁ ହୋଇଥାଏ। ତେଣୁ ଧନପ୍ରାପ୍ତ ବା ଯଶକୁ କୃପା ବୋଲି ଭାବନ୍ତୁ ନାହିଁ। କୃପା ସେତେବେଳେ ମିଳିଥାଏ​‌ ଯେତେବେଳେ ମନୁଷ୍ୟର ଅନ୍ତରର ଚିନ୍ତନ ବଦଳିଥାଏ।

ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ଯେତେବେଳେ ଭଗବାନ କୃପା କରନ୍ତି, ସେତେବଳେ ସନ୍ଥଙ୍କ ସମାଗମ ହୋଇଥାଏ। ଏହା ବ୍ୟତୀତ କିଛି ବିପରୀତ ଦେଇଥାଆନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଇଥାଆନ୍ତି।

ଯଦି ଆପଣଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଖିବାକୁ ମିଳେ, ତେବେ ବୁଝି ଯାଆନ୍ତୁ ଯେ ଈଶ୍ଵରଙ୍କ କୃପା ମିଳୁଛି। ତେଣୁ ଯେତେବେଳେ କୌଣସି କାମ ଆପଣଙ୍କ ମନ ମୁତାବକ ହେଉନାହିଁ ଏବଂ ଆପଣଙ୍କୁ କଷ୍ଟ ମିଳୁଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ହେଉଛି। ଆପଣଙ୍କୁ କେବଳ ଈଶ୍ଵରଙ୍କ ନାମ ଜପ କରନ୍ତୁ।

You Might Also Like

କେମିତି କଟିବ ଆଜିର ଦିନ

ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

ପାକିସ୍ତାନ ଉପରେ ଭାରତର ଆଉ ଗୋଟିଏ ଆକ୍ସନ, ଆମଦାନୀ ଓ ରପ୍ତାନୀ ସଂପୂର୍ଣ୍ଣ ଭାବେ ବନ୍ଦ

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

କାଶ୍ମୀର ଆକ୍ରମଣ କାରଣରୁ ସାଉଦି ଆରବ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

TAGGED:#UTKALA KHABARAnushka SharmaMeetPremanad MaharajVirat kohli
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?