Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

utkala khabar
Last updated: April 12, 2025 1:01 pm
utkala khabar
Published April 12, 2025
Share
SHARE

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର କାର୍ଡ ହିତାଧିକାରୀଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଏବିପିଏମୱାଇ,ଜିକେଏୱାଇ କାର୍ଡ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇବେ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ଭାରତର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଦିବା ୨ ଟା ୩୦ ମିନିଟରେ କଟକ ଠାରେ କାର୍ଡ ବଣ୍ଟନର ଆଭାସି ମାଧ୍ୟମରେ ଶୁଭାରମ୍ଭ କରିଥିଲେ।ଏହି ସମୟରେ ଓଡ଼ିଶାରେ ପ୍ରତ୍ୟେକ ବ୍ଲକର ଜନସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ କାର୍ଡ ବଣ୍ଟନ ଉତ୍ସବ ସହ ଭାରତର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମହାନ୍ତିଙ୍କ ସ୍ଵାସ୍ଥ୍ୟ କାର୍ଡର ଉପକାରିତା ସମ୍ପର୍କରେ ଆଭାଷି ମାଧ୍ୟମରେ ବକ୍ତବ୍ୟ ରଖିଥିଲେ।ଏହି ପରିପ୍ରେକ୍ଷୀରେ ଜଳେଶ୍ବର ବ୍ଲକ ଅଧୀନରେ ୧୦ ଟି ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ କାର୍ଡ ବଣ୍ଟନ କରା ଯାଇଛି।ସେଗୁଡିକ ହେଲା ଛମୌଜ ପିଏଚସି,ଜଳେଶ୍ଵର ପିଏଚସି, ଜମାଳପୁର ପିଏଚସି,ଖୁଆର୍ଡ ପିଏଚସି, ଲକ୍ଷ୍ମଣନାଥ ପିଏଚସି ନାମ୍ପୋ ପିଏଚସି,ଓଲମରା ପିଏଚସି,ପଶ୍ଚିମବାର୍ଡ ପିଏଚସି,ଶାଳବଣି ପିଏଚସି,ଶିଖରପୁର ପିଏଚସି ପ୍ରମୁଖ ସ୍ଥାନରେ ଡାକ୍ତର ମାନେ ନୋଡାଲ ଅଧିକାରୀ ମାନେ କାର୍ଡ ବଣ୍ଟନ କରିଥିଲେ।ଜମାଳପୁରରେ କାର୍ଡ ବଣ୍ଟନ ଉତ୍ସବରେ ସମାଜସେବୀ କାଳିଚରଣ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ,ବରେଣ୍ୟ ଅତିଥି ଭାବେ ସମାଜସେବୀ ରାଜୀବ କୁମାର ପରିଡା,ଅଶୋକ କୁମାର ପରିଡ଼ା,ବିଶ୍ଵନାଥ ଦାସ ମହାପାତ୍ର,ରମାନାଥ ଜେନା,ମନୋଜ କୁମାର ପରିଡ଼ା,ନନ୍ଦିତା ଦାସ,ସାମ୍ବାଦିକ ଭୂପତି କୁମାର ପରିଡ଼ା,ତୁଷାରକାନ୍ତି ଦାସ, ଚନ୍ଦ୍ରଶେଖର ଦାସ,ଶ୍ରୀହରି ବେହେରା,ତପନ କୁମାର ପରିଡ଼ା,ରବିନ୍ଦ୍ର ସାହୁ,ଜୟନ୍ତ ଗିରି, ଶ୍ୟାମ ସୁନ୍ଦର ପାଳ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଡର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ।ନୋଡାଲ ଅଧିକାରୀ ଡାକ୍ତର ମହମ୍ମଦ ଲତିଫ,ଡାକ୍ତର ପ୍ରଦୀପ କୁମାର ଦତ୍ତ,ଫାର୍ମାସିଷ୍ଟ ଅର୍ଜୁନ ହାଁସଦା,ଏଲଟି ଭବ ଶଙ୍କର ପାତ୍ର,ଏଏନଏମ ବିନତି ଟୁଡୁ,ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସଲିମା ରାଉତ,ସୁପର ଭାଇଜିଙ୍ଗ ଅଫିସର ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ବିବେକାନନ୍ଦ ବାରିକ,ପିଇଓ ଗୌତମ ଜେନା,ପିଇଓ ତାରାକାନ୍ତ ସେନାପତି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।ଉକ୍ତ ଉତ୍ସବରେ କୋଟସାହି,ରାୟାଁରାମଚନ୍ଦ୍ରପୁର,ପାଇକାସିଦା ଓ ଗଡ଼ସାହି ବାଲିଆପାଳ ଗ୍ରାମ ପଞ୍ଚାୟତର ସମସ୍ତ ଆଶାକର୍ମୀ ଓ ୩ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଉପସ୍ଥିତ ଥିବା ବେଳେ ୧୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରିବା ସହିତ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

You Might Also Like

Bajaj ଲଞ୍ଚ କଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ଚମୋଲିରେ ଖାଇକୁ ଖସିଲା କାର୍, ୫ ମୃତ

ଆସନ୍ତା ମାସରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଓଡ଼ିଶାକୁ ମିଳିବ ଆଉ ୧ ଲକ୍ଷ ଘର

TAGGED:#ayushman yojana#odisha#odisha cm#UTKALA KHABARGopabandhu YojanaNarendra Modi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?