Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: “ ଓଡିଆ ପକ୍ଷ ” ପାଳନ ଅବସରରେ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଶୁଭାରମ୍ଭ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

“ ଓଡିଆ ପକ୍ଷ ” ପାଳନ ଅବସରରେ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଶୁଭାରମ୍ଭ

utkala khabar
Last updated: April 9, 2025 4:56 pm
utkala khabar
Published April 9, 2025
Share
SHARE

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଆ ପକ୍ଷ ଏପ୍ରିଲ ପାହିଲାରୁ ଆରମ୍ଭ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମଗ୍ର ରାଜ୍ୟରେ ପାଳନ କରାଯାଉଅଛି । ଏହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ, କ୍ରିଡା ଓ ଯୁବସେବା ବିଭାଗ ତରଫରୁ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ମାଁ ମାଣିକେଶ୍ଵରୀ ମନ୍ଦିରରୁ ଶୁଭାରମ୍ଭ କରାଯାଇ ଘୋଡାଘାଟ ଛକ ଦେଇ ମାଁ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ ଏବଂ ଏହି ଐତିହ୍ୟ ଗଣଦୌଡରେ ସାମିଲ ହୋଇ ଛାତ୍ରଛାତ୍ରୀ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ଓଡିଆ ପକ୍ଷ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନ, ଉପ-ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଉପ-ନିର୍ଦ୍ଦେଶକ ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଡେପୁଟି ରେଜିଷ୍ଟର ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଜୟଦେବ ସାହୁ, ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ କୁମାର ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ ଭୋଇ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ସହକାରୀ ଜିଲ୍ଲାପାଳ ଶରତ ଚନ୍ଦ୍ର ସାହୁ, ଆଇନଜୀବୀ ଜୟ ଶଙ୍କର ନାଏକ, ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

You Might Also Like

ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ, ଏହି ଅବସରରେ ଟ୍ଵିନସିଟିରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

୨୪ରୁ ନୂଆ ରାସନ କାର୍ଡ ବାଣ୍ଟିବେ ସରକାର, ପୁରୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ

କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ

ଜଙ୍ଗଲୀ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ସ୍ଵେଛାସେବୀ ସଂଗଠନ

TAGGED:#kalahandi#odiapakhya #odisha # odishafestival
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?