ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ଗ୍ରାଉଣ୍ଡ ଜିରୋରୁ ଅର୍ଥାତ ପଞ୍ଚାୟତ ସ୍ତରରୁ ଏହି ଯୋଜନାରେ କିଭଳି ଗରିବ ପରିବାର ଉପକୃତ ହୋଇପାରିବ ତାହାର ଦାଇତ୍ୱ ପଞ୍ଚାୟତର ପିଇଓ ମାନଙ୍କ ଉପରେ ରହିଛି। ସେମାନେ କୌଣସି ସରକାରୀ ଯୋଜନାର ତଦନ୍ତ କରି ବ୍ଲକକୁ ରିପୋର୍ଟ କଲେ ତାହାରି ମାଧ୍ୟମରେ ଗରିବ ପରିବାର ଟିଏ ଉପକୃତ କିନ୍ତୁ ଦୁଃଖର କଥା ପଞ୍ଚାୟତ ପିଇଓ ମାନଙ୍କର ପୂର୍ବ ବିଜେଡି ସରକାରରେ ଗରିବଙ୍କୁ ସରକାରୀ ଯୋଜନାରେ ଟଙ୍କା ଲୁଟିବାର ପେସା ଏପର୍ଯ୍ୟନ୍ତ ଯାଇ ନାହିଁ। ବିଜେପି ସରକାର ଆସିବା ପରେ ମଧ୍ୟ ଆଗ ଭଳି ଲୋକଙ୍କୁ ସରକାରୀ ସୁବିଧା ବଦଳରେ ଟଙ୍କା ଲୁଟିବା ଛାଡି ନାହାନ୍ତି ପଞ୍ଚାୟତ ପିଇଓ ମାନଙ୍କର। ଯାହାର ଏକ ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ ହାତୀନା ପଞ୍ଚାୟତ ଖଣ୍ଡାମାରା ଗାଁରୁ। ଗତକାଲି ଅପରାହ୍ନ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ବେ ନିମନ୍ତେ ହାତୀନା ପଞ୍ଚାୟତର ପିଇଓ ସୁରେନ୍ଦ୍ର ଦାସ ଖଣ୍ଡାମରା ଯାଇଥିଲେ, ସେଠାରେ କିଛି ମୁଣ୍ଡ ଗଣତି ବଡ଼ ବଡ଼ିଆ ବିଜେଡି ସମର୍ଥକଙ୍କ ଆବାସ ଯୋଜନାରେ ଘର ଇନକ୍ୱାରୀ କରିଥିଲେ କିନ୍ତୁ ସାଧାରଣ ଜନତାଙ୍କ ଚାଳ ଛପର ଘର ଇନକ୍ୱାରୀ କରିନଥିଲେ। ଲୋକେ ବାଧ୍ୟ କରିବାରୁ ଆବାସ ଯୋଜନାରେ ଘର ଇନକ୍ୱାରୀ କରିବା ପାଇଁ ଜଣକା ଦୁଇ ହଜାର ଟଙ୍କା ମାଗିଥିଲେ। ଯାହାକୁ ଗାଁର ମହିଳାମାନେ ଦେଇନଥିଲେ ଫଳରେ ପିଇଓ ସୁରେନ୍ଦ୍ର ଦାସ ସେମାନଙ୍କ ଘର ଇନକ୍ୱାରୀ କରିନଥିଲେ। ଶେଷରେ ମହିଳା ମାନେ ମିଳିତ ଭାବେ ପିଇଓ ସୁରେନ୍ଦ୍ର ଦାସଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପିଇଓ ସୁରେନ୍ଦ୍ର ଦାସ ଅଧିକ ଭୟଭୀତ ହୋଇ ନିଜ ମୋଟର ସାଇକେଲ ଛାଡି ଦେଇ କୁଆଡେ ଚାଲିଯାଇଥିଲେ।