Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରୁ ୪ ଖୋର୍ଦ୍ଧାରୁ ଜଣେ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରୁ ୪ ଖୋର୍ଦ୍ଧାରୁ ଜଣେ

utkala khabar
Last updated: May 28, 2025 1:14 pm
utkala khabar
Published May 28, 2025
Share
SHARE

ରାଜ୍ୟ ୨୮/୫ :  ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ । ଯାହା ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ଵରର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରୁ ବୋଲି ଜଣାପଡିଛି ।ସେହିଭଳି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । ଏନେଇ ଆଜି ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଦେଶରେ କୋଭିଡ ସ୍ଥିତି ଓ ସଂକ୍ରମଣ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସଂକ୍ରମଣ ବଢ଼ିବା ଭିତରେ ଆଇସିଏମ୍‌ଆର ସତର୍କ ରହିବାକୁ ଓ ଭୟଭୀତ ନ ହେବାକୁ କହିଛି । ଭାରତରେ କୋଭିଡ ଭାରିଆଣ୍ଟର NB.1.8.1ର ଗୋଟିଏ ଏବଂ LF.7 ଭାରିଆଣ୍ଟ ମାଡ଼ି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆଇସିୟୁ ବେଡ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀ ଉପକରଣ ମହଜୁଦ ରଖିବାକୁ ସମସ୍ତ ହସ୍ପିଟାଲକୁ ପରାମର୍ଶ ଦିଆଯାଇଛି । କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହାଁନ୍ତି କେନ୍ଦ୍ର ସରକାର ।

ଏହା ଓମିକ୍ରନର ଏକ ଉପ-ଭାରିଆଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ WHO ଏହି ଭାରିଆଣ୍ଟକୁ ଏପର୍ଯ୍ୟନ୍ତ ଚିନ୍ତାଜନକ ଭାରିଆଣ୍ଟ ବୋଲି କୁହାଯାଇନାହିଁ । ଏହାର ଲକ୍ଷଣ ସାଧାରଣତଃ କମ୍ ରହିଛି । ଯେପରିକି ଜ୍ୱର, ନାକ ବହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା ଏବଂ ଅବସାଦ । ଅଧିକାଂଶ ସଂକ୍ରମିତ ବ୍ୟକ୍ତି ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଯାଉଛନ୍ତି ।

You Might Also Like

ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ତ୍ୱଚାରେ ଚମକ ଆଣିଥାଏ ନଡ଼ିଆ କ୍ଷୀର, ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?

ଆହୁରି ୩ ଦିନ ବର୍ଷିବ

TAGGED:#odisha#UTKALA KHABARCorona virus 2025Covid-19KhurdhaState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?