Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜଙ୍ଗଲୀ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ସ୍ଵେଛାସେବୀ ସଂଗଠନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଜଙ୍ଗଲୀ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ସ୍ଵେଛାସେବୀ ସଂଗଠନ

utkala khabar
Last updated: May 13, 2025 7:01 am
utkala khabar
Published May 13, 2025
Share
SHARE

ଜଳେଶ୍ଵର ୧୩/୫ : ପ୍ରବଳ ଗୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ମୁନ୍ଦାଏ ପିଇବା ପାଣି ପାଇଁ ଅସୁବିଧାରେ ସମ୍ନୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଘଞ୍ଚ ଜଙ୍ଗଲରେ ରହୁଥିବା ନିରୀହ ପଶୁପକ୍ଷୀ ମାନେ ମଧ୍ୟ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରବଳ ଖରା ଯୋଗୁଁ ଜଙ୍ଗଲ ଭିତରେ ଜଳାଶୟ ଗୁଡିକ ଶୁଖି ଯାଇଥିବା ବେଳେ କଥା କହି ପାରୁ ନଥିବା ପଶୁପକ୍ଷୀମାନେ ଘଞ୍ଚ ଜଙ୍ଗଲ ଭିତରେ ଟୋପାଏ ପାଣି ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ।

ତେଣୁ ଏହି ନିରୀହ ପଶୁପକ୍ଷୀଙ୍କ ମୁହଁରେ ଟୋପାଏ ପାଣି ଏବଂ କିଛି ଖାଦ୍ୟ ଯୋଗାଇ ଦେବା ପାଇଁ ଜଳେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେସନର କର୍ମକର୍ତ୍ତା ଏବଂ ବସ୍ତା ଏସଡିପିଓ ବାଲେଶ୍ବର ସୀମାନ୍ତବର୍ତ୍ତୀ ଖୁଣ୍ଟା ଜଙ୍ଗଲରେ ମାଟି ପାତ୍ର ବାନ୍ଧି ସେଥିରେ ପାଣି ଏବଂ ଦାନା ଦେବା ସହିତ ପକ୍ଷୀମାନଙ୍କ ପାଇଁ ବସା ତିଆରି କରିଛନ୍ତି । ନିଜର କର୍ମମୟ ଜୀବନରୁ ସମୟ ବାହାର କରି ଜଙ୍ଗଲରେ ଥିବା ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରିଛନ୍ତି ।

ତେବେ ଏହି କାର୍ଯ୍ୟ କେବଳ ଆଜି ଦିନକ ପାଇଁ ନୁହେଁ ମୌସୁମୀ ଆସିବା ପର୍ଯ୍ୟନ୍ତ ପଶୁପକ୍ଷୀଙ୍କ ପାଇଁ ଏହି ସେବା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି । ଯଦି ପ୍ରତ୍ୟେକ ଲୋକ ଖରା ଦିନରେ ଜୀବଯନ୍ତୁମାନଙ୍କ ପାଇଁ କିଛି କିଛି ପାଣିର ବ୍ୟବସ୍ଥା କରନ୍ତେ ତାହା ହେଲେ ନିରୀହ ପଶୁପକ୍ଷୀମାନଙ୍କର ଜୀବନ ବଞ୍ଚି ଯାଇପାରନ୍ତା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ପାଣିର ଘୋର ଅଭାବ ଦେଖିବାକୁ ମିଳୁଛି । ପାଣି ପାଇଁ ଚାରିଆଡେ ହାହାକାର । ଏହାରି ଭିତରେ ମଣିଷ ସମାଜ ଯେମିତି ଘାଣ୍ଟି ହେଉଛି ଜୀବଯନ୍ତୁମାନେ ମଧ୍ୟ ସେମିତି ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।

ମଣିଷ ମାନେ ସିନା ବିଭିନ୍ନ କୌଶଳ କରି ପାଣି ପାଇ ପାରୁଛନ୍ତି କିନ୍ତୁ ଜୀବଯନ୍ତୁମାନେ ପାଣି ନପାଇ ମୃତ୍ୟୁମୁଖରେ ପଡୁଛନ୍ତି । ଏହି ନିରୀହ ଜୀବମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ଆମ ମାନଙ୍କ କର୍ତ୍ତବ୍ୟ । ତେଣୁ ଘରର ଛାତ ଉପରେ ହେଉ କିମ୍ବା ଗଛ କରୋଡରେ ବା ଖୋଲା ସ୍ଥାନରେ ଏହି ପଶୁପକ୍ଷୀମାନଙ୍କ ପାଇଁ ପାଣି ରଖିବା ପାଇଁ ନିବେଦନ କରିଛନ୍ତି ଏହି ସଂଗଠନର ସଦସ୍ୟମାନେ ।

You Might Also Like

ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା, ୭ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

ଏୟାର କୁଲର ଅଫର, ଏହି କୁଲରଗୁଡିକ ମଧ୍ୟ ଏସିକୁ ଦେବ କଡ଼ା ଟକ୍କର

ଭାରତର ପ୍ରଚଣ୍ଡ ଆକ୍ରମଣରେ ଛାନିଆ ପାକିସ୍ତାନ, ଯୁଦ୍ଧ ଛାଡି ଭୟରେ ଲୁଚିଲେନି ସେନା

ଆଲିଆ-ରଣବୀର ପାଳନ କଲେ ଥାର୍ଡ ମ୍ୟାରେଜ୍ ଆନିଭର୍ସରି

TAGGED:#odisha#UTKALA KHABARjaleswarJungleOrganizationWild birds
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?