Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆତଙ୍କୀ ହମଲାରେ ବାଲେଶ୍ଵରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆତଙ୍କୀ ହମଲାରେ ବାଲେଶ୍ଵରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ

utkala khabar
Last updated: April 23, 2025 11:53 am
utkala khabar
Published April 23, 2025
Share
SHARE

ରାଜ୍ୟ ୨୩/୪ : ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ଶତପଥୀ । ରେମୁଣା ଇଷାଣୀ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡିବା ପରେ କାନ୍ଦବୋବାଳିରେ ଫାଟି ପଡୁଛି ପରିବାର । ପ୍ରଶାନ୍ତ ଭ୍ରମଣପ୍ରିୟ ଥିଲେ । ସେ ବାମପଦା ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଇଂଜିନିୟରିମ ଆଣ୍ଡ ଟେକ୍ନୋଲୋଜିରେ ଆକାଉଣ୍ଟାଣ୍ଟ ଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ସିଡିପିଓ ଅଛନ୍ତି ।

ସୂଚନା ଅନୁସାରେ ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ଗତକାଲିର ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା । ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା । ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପଟେ ପ୍ରଶାନ୍ତଙ୍କ ମରଶରୀର ସହ ତାଙ୍କ ପତ୍ନୀ ଓ ପୁଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ପରିବାରବର୍ଗ ସରକାରଙ୍କୁ ନିବେଦନ କରିଛନ୍ତି।

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ଆତଙ୍କୀ ଆକ୍ରମଣରେ ଓଡ଼ିଆ ପର୍ଯ୍ୟଟକଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ”ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି । ଆମ ସମାଜରେ ହିଂସାର ସ୍ଥାନ ନାହିଁ । ମୃତକଙ୍କ ପରିବାରକୁ ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏପରି କଠିନ ସମୟରେ ଓଡ଼ିଶା ପୀଡିତ ଓ ସେମାନଙ୍କ ପରିବାର ସହ ଛିଡା ହୋଇଛି ।”

ଏହି ଘଟଣାରେ ସଦର ତହସିଲଦାର ଅଶ୍ୱିନୀ କୁମାର ନାୟକ କହିଛନ୍ତି, ”ମୃତଦେହ କେମିତି ଫେରିବ ଓ ତାଙ୍କ ପରିବାର କେମିତି ଘରକୁ ଫେରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସିଏମଓ ଅଫିସ ସହ ଯୋଗଯୋଗରେ ଅଛୁ । ”

You Might Also Like

ସ୍ନେକ୍ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା, ୭ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

ଆସନ୍ତା ୨୪ ତାରିଖ ଯାଏ ତାଣ୍ଡବ ରଚିବ କାଳବୈଶାଖୀ, ଆଜି ବି ବର୍ଷିବ

TAGGED:#odishaBalasoreJammu and KashmirPahalgamPrasant Sathpathyterror attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?