Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଜେପି ବିଧାୟକ ପଢିବେ ପାଠ, ପୁରୀ କର୍ମଶାଳାରେ ନଡ୍ଡା ଦେବେ କର୍ମୀଙ୍କୁ ଗୁରୁମନ୍ତ୍ର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବିଜେପି ବିଧାୟକ ପଢିବେ ପାଠ, ପୁରୀ କର୍ମଶାଳାରେ ନଡ୍ଡା ଦେବେ କର୍ମୀଙ୍କୁ ଗୁରୁମନ୍ତ୍ର

utkala khabar
Last updated: April 12, 2025 12:07 pm
utkala khabar
Published April 12, 2025
Share
SHARE

ପୁରୀ ୧୨/୦୪: ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ବିଜେପି ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତକାଲି ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ବିଜେପି ଅଧ୍ୟକ୍ଷ ଭାବେ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ । ପୁରୀ କୋଣାର୍କ ରୋଡ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ଏଥିରେ ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ । ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଙ୍କୁ ପ୍ରଶିକ୍ଷଣ ଶିବିରକୁ ଡକାଯାଇଛି। ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଏଲ ସନ୍ତୋଷ ମଧ୍ୟ ବୈଠକରେ ଯୋଗ ଦେବା ସୂଚନା ରହିଛି ।

ଆଜି ରାଜ୍ୟର ବିଜେପି ସରକାରକୁ ୧୦ ମାସ ପୂରୁଛି । ଗତ ଜୁନ ୧୨ ତାରିଖରେ ବିଜେପି ସରକାର ଶପଥ ନେଇଥିଲା । ସରକାରକୁ ୧୦ ମାସ ପୂରୁଥିବା ବେଳେ ତାଲିମ ଶିବରର ବେଶ ଗୁରୁତ୍ବ ରହୁଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପଲବ୍ଧି କିପରି ଲୋକଙ୍କ ପାଖରେ ପହଞ୍ଚିବ, ରାଜ୍ୟରେ ସରକାର ଓ ସଂଗଠନ ମଧ୍ୟରେ କିଭଳି ଉତ୍ତମ ସମନ୍ବୟ ରହିବ, ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ କିଭଳି ଭଲ ବୁଝାମଣା ରହିବ, ସେ ସବୁ ପ୍ରସଙ୍ଗରେ ଗୁରୁମନ୍ତ୍ର ଦେଇପାରନ୍ତି ନଡ୍ଡା । ଏହାସହ ରାଜ୍ୟରେ ନୂଆ ସଭାପତି କିଏ ହେବେ, ସେ ନେଇ ନେତୃବୃନ୍ଦଙ୍କ ମଧ୍ୟରେ ସହମତି ଆଣିବା ଦିଗରେ କଥାବାର୍ତ୍ତା କରି ପାରନ୍ତି ନଡ୍ଡା । ଏଥିସହ ଆଗକୁ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ମଧ୍ୟ ରହିଛି । ଗତକାଲି ରାତିରେ ବିଜେପି କୋର କମିଟି ବୈଠକ ବସିଥିଲା । ଏସବୁ ଦୃଷ୍ଟିରୁ ଏହି ତାଲିମ ଶିବିର ଅତ୍ୟନ୍ତ ଗୁରୁତ୍ବ ରଖୁଛି।

You Might Also Like

ଆଜି ହେଉଛି ପବିତ୍ର ଶ୍ରବଣା ମକର ନକ୍ଷତ୍ର

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

ଶାଶୁଘର ଲୋକଙ୍କ ମାଡରେ ବୋହୂର ଭାଙ୍ଗିଲା ମେରୁଦଣ୍ଡ

ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର

ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

TAGGED:#jp nadda#odisha#puri#union health minister#UTKALA KHABARodisha nerws
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?