Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୫କୁ ବୃଦ୍ଧି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୫କୁ ବୃଦ୍ଧି

utkala khabar
Last updated: June 2, 2025 4:21 pm
utkala khabar
Published June 2, 2025
Share
SHARE

ରାଜ୍ୟ ୨/୬ :  ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ପୂର୍ବରୁ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ରବିବାର ଆଉ ୩ଟି କେସ୍ ଆସିଛି । ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ  ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ ବଢ଼ୁନି । ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ରୋଗୀଙ୍କ କୋଭିଡ୍ ପରୀକ୍ଷା କରାଯାଉଛି ।

ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ କମ୍ ପଜିଟିଭ ଆସୁଛି । ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ । ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ । ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବ୍‌ଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ । ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ । ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ବୋଲି ନୀଳକଣ୍ଠ ମିଶ୍ର କହିଛନ୍ତି ।

You Might Also Like

ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର କଲା ପୋଲିସ

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

ଆର୍ଥିକ ସହାୟତା ଘୋଷଣା କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

TAGGED:#odisha#UTKALA KHABARCorona virusCovid-19State news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?