Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

୨ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

utkala khabar
Last updated: April 22, 2025 1:09 pm
utkala khabar
Published April 22, 2025
Share
SHARE

କଟକ ୨୨/୪ : ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା । ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା । ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ସକାଳୁ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂ ବେଳେ କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ପୋଲିସ ପିସିଆରକୁ ଏକ ଟ୍ରକ ଚାପିଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଓଏପିଏଫ୍‌‌ ଯବାନଙ୍କ ସହ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଗୁରୁତର ଜଣେ ପୋଲିସ କର୍ମଚାରୀଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ଛାନଭିନ୍‌‌ ଚଳାଇଛି।

You Might Also Like

ଜମ୍ମୁ କଶ୍ମୀରରେ ଫସିଛନ୍ତି ପୁଣେର ୫୦୦ରୁ ଅଧିକ ପର୍ଯ୍ୟଟକ

ଢେଙ୍କାନାଳର ପ୍ରସିଦ୍ଧ ଖାଦ୍ୟ, ଛୋଟ ବଡ ଦୋକାନ ସହ ଘରେ ଘରେ ନେଇଛି ଜଳଖିଆର ସ୍ଥାନ

୩୪ ନିଖୋଜ ଶିଶୁ ଉଦ୍ଧାର

ମ୍ୟାଚ୍‌ ଭିତରେ ଅମ୍ପାୟାରଙ୍କ ସହ ଝଗଡ଼ା କଲେ ପରାଗ, ଭିଡିଓ ହେଲା ଭାଇରାଲ

ଭାରତର ପ୍ରଚଣ୍ଡ ଆକ୍ରମଣରେ ଛାନିଆ ପାକିସ୍ତାନ, ଯୁଦ୍ଧ ଛାଡି ଭୟରେ ଲୁଚିଲେନି ସେନା

TAGGED:#cuttack#odisha#UTKALA KHABARHighway pcr vanParadeepRoad Accident
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?