Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପରଲୋକରେ ପୂର୍ବତନ ବିଧାୟକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପରଲୋକରେ ପୂର୍ବତନ ବିଧାୟକ

utkala khabar
Last updated: May 30, 2025 10:52 am
utkala khabar
Published May 30, 2025
Share
SHARE

ଢେଙ୍କାନାଳ ୩୦/୫: ପରଲୋକରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ । ୭୪ ବର୍ଷ ବୟସରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଛି ।କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିଲେ । ୨ ଥର ବିଜେପି ଓ ଥରେ ବିଜେଡ଼ିରୁ ନିର୍ବାଚିତ ହୋଇଥିଲେ ।୧୯୭୭ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ରାଜ୍ୟର ପ୍ରଥମ ବିଜେପି ବିଧାୟକ ଥିଲେ ପ୍ରସନ୍ନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ସେପଟେ ପ୍ରସନ୍ନ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଅନେକ ନେତୃବୃନ୍ଦ ।ମଲ୍ଟି ଅର୍ଗାନ ଫେଲ କାରଣରୁ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଆଜି ଭୋରୁ ତାଙ୍କର ଦେହାନ୍ତ ହୋଇଛି । ୧୯୪୮ ଜୁନ୍‌ ୧ ଢେଙ୍କାନାଳ ଜିଲ୍ଲା ଭୁବନରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ଛାତ୍ରନେତା ଭାବେ ୧୯୬୪ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାପରେ ସେ ସ୍ୱଗର୍ତ ଆର.ଏନ୍‌ ସିହଂଦେଓଙ୍କ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଯୁବ ସ୍ୱତନ୍ତ୍ର ପାର୍ଟିର ସଭାପତି ହୋଇଥିଲେ । ୧୯୭୭ରେ ପ୍ରଥମ ଥର ପ୍ରସନ୍ନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ବିଜୟୀ ହୋଇଥିଲେ ।

୧୯୯୦ରେ ପୁଣି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୧୪ରେ ବିଜେପି ଦଳକୁ ଟିକେଟ୍‌ ପାଇଥିଲେ ହେଲେ ହାରି ଯାଇଥିଲେ । ଜଣେ ରାଜନେତା ଓ ସାମାଜିକ କର୍ମୀ ଭାବେ ସେ ଜନତାଙ୍କ ହୃଦୟରେ ଘର କରିଥିଲେ । ଦୁଇ ଦିନ ପରେ ଜନ୍ମଦିନ ପାଳନ କରିଥାନ୍ତେ ହେଲେ ଆଖି ବୁଜିଛନ୍ତି ପ୍ରସନ୍ନ ପଟ୍ଟନାୟକ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

You Might Also Like

୧୯ ଯାଏ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସୁଛି ବଡ଼ ଲଘୁଚାପ ! କାଲିଠୁ ପ୍ରବଳ ବର୍ଷା

ଦିନରେ ଅଭିନୟ କଲେ, ରାତିରେ ଝୁଲିପଡିଲେ କିନ୍ନର ଅର୍ଚ୍ଚିତା

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ଜଣେ କର୍ମଚାରୀ ଗୁରୁତର

TAGGED:#odisha#UTKALA KHABARKamakhyanagarMLAPasses awayPrasanna Patanayak
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?