Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାଜ୍ୟବ୍ୟାପୀ ସବୁ ସ୍କୁଲରେ ପାଳନ ହେବ ଖଡ଼ିଛୁଆଁ ଉତ୍ସବ, ସାମିଲ ହେବେ ମୁଖ୍ୟମନ୍ତ୍ରୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ରାଜ୍ୟବ୍ୟାପୀ ସବୁ ସ୍କୁଲରେ ପାଳନ ହେବ ଖଡ଼ିଛୁଆଁ ଉତ୍ସବ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

utkala khabar
Last updated: April 2, 2025 11:55 am
utkala khabar
Published April 2, 2025
Share
SHARE

ଭୁବନେଶ୍ୱର ୦୨।୦୪ : ଆଜିଠୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଲା ‘ଶିଶୁ ବାଟିକା’। ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରେ ରାଜ୍ୟସ୍ତରୀୟ ଖଡିଛୁଆଁ ଉତ୍ସବ ଆୟୋଜିତ ହୋଇଛି । ସ୍କୁଲରେ ପହଂଚି ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ । ପରେ ପିଲାମାନଙ୍କ ସହ କଥା ହେଲେ । ଓଡ଼ିଶାରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ । ପିଲାଙ୍କୁ ଏକ ସଶକ୍ତ, ଆଧୁନିକ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ।

ପ୍ରସ୍ତୁତି ଅନୁଯାୟୀ ଆଜି ସ୍କୁଲରେ କୁନି କୁନି ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା । ଖଡି ଛୁଆଁ ଦିବସ ପାଇଁ ୪ ଦିନିଆ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଯେଉଁଥିରେ ପ୍ରଥମ ଦିନ ନାମଲେଖା ହେବ । ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ଵାଗତ କରାଯିବ । ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ବାର୍ତ୍ତାକୁ ପଢାଯିବ। ଏଥିସହ ପିଲାଙ୍କୁ କିଟ୍ ବଣ୍ଟାଯିବ। ପିଲାମାନେ ସ୍କୁଲ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ , ସଂଖ୍ୟା ଜ୍ଞାନ ଷ୍ଟେସନ , କ୍ରିଏଟିଭ୍ ଷ୍ଟେସନ୍ ଆଦି ପରିଦର୍ଶନ କରିବେ । ଦ୍ଵିତୀୟ ଦିନ ନୂଆ ପିଲାଙ୍କୁ ନେଇ ପୁରୁଣା ପିଲାଙ୍କ ସହ ଏକ ଗ୍ରୁପ୍ କରାଯିବ । ଯାହାକୁ କୁନି ସଙ୍ଗାତ କୁହାଯିବ। ଶେଷ ଦିନ ଶପଥ ପାଠ କରାଯିବ। ଅଭିଭାବକଙ୍କୁ ନେଇ ଏକ ହ୍ବାଟ୍ସ ଆପ୍ ଗ୍ରୁପ୍ ହେବ ବୋଲି ସୂଚନା ମିଳିଛି।

ପୂର୍ବରୁ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କୁ ଗୁଣାତ୍ମକ ଓ ସର୍ବୋତ୍ତମ ଶିକ୍ଷାଦାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହାକୁ ବାସ୍ତବ ରୂପ ଦେବା ପାଇଁ ନୂଆ ଶିକ୍ଷା ନୀତି ୨୦୨୦କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେଉଛି।

You Might Also Like

ଆହୁରି ୩ ଦିନ ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଉପରେ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କରାଗଲା ବଡ଼ ମହାସ୍ନାନ

ଜଙ୍ଗଲୀ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ସ୍ଵେଛାସେବୀ ସଂଗଠନ

ଆସୁଛି ଦୁଇଟି ଲଘୁଚାପ ,ନେଇପାରେ ବାତ୍ୟାର ରୂପ !

ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜିର ଦାମ କେତେ ରହିଛି ଦେଖନ୍ତୁ

TAGGED:#bhubaneswar#highschool#khadi chhuan utsav#mohan charan majhi#odisha#odisha cm
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?