Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ

utkala khabar
Last updated: April 14, 2025 10:56 am
utkala khabar
Published April 14, 2025
Share
SHARE

କେନ୍ଦୁଝର ୧୪/୦ :  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳନ ହେଉଛି ୮୯ତମ ଚଇତି ପର୍ବ ।  ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ।  ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଛି ।  ଲମ୍ବା ଲାଇନରେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଆଜି ଭୋରୁ ଦେହୁରୀମାନେ ପ୍ରଥମେ ମାଆଙ୍କୁ କ୍ଷୀର, ଲହୁଣୀ, ହଳିଦୀ, ଚୁଆ, ଚନ୍ଦନ ଓ ମହୁ ଲେପନ କରି ମାଜଣା କରିଥିଲେ । ପରେ ମାଆଙ୍କୁ ସ୍ନାନ କରାଯିବା ପରେ ସୁନାବେଶ କରାଯାଇଥିଲା । ଧୂପ, ଦୀପ, ନୈବେଦ୍ୟ ସହ ସକାଳ ଆଳତୀ ହୋଇଥିଲା ।  ଭୋର ୫ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।  ବହୁ ଦୂର ଦୂରାନ୍ତରୁ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି ।

ଭକ୍ତମାନେ ଆଣିଥିବା ଭୋଗ ଦେହୁରୀମାନଙ୍କ ଦ୍ବାରା ଅର୍ପଣ କରାଯାଉଛି ।  ଦିନ ୧୦ଟାରେ ଶଙ୍ଖୁଡ଼ି ଭୋଗ ଲାଗି ହେବ ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।  ୫ ପ୍ଲାଟୁନ ପୋଲିସ ସହ ୫୦ରୁ ଉର୍ଦ୍ଧ୍ବ ଅଫିସର ମୁତୟନ ହୋଇଛନ୍ତି ।

You Might Also Like

ବିଦେଶୀଙ୍କ ରାସନ କାର୍ଡ କଟାଯିବ, ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

୧୯ ଯାଏ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

TAGGED:#devotees#maa tarini#odishaDarshanKeonjhar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?