Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨ରୁ ୩ଦିନରେ ସରିବ ଖାତା ଦେଖା, AI ଓ QR କୋଡ୍ ଦ୍ଵାରା ସଫଳ ହୋଇଛି ପରୀକ୍ଷା ପରିଚାଳନା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

୨ରୁ ୩ଦିନରେ ସରିବ ଖାତା ଦେଖା, AI ଓ QR କୋଡ୍ ଦ୍ଵାରା ସଫଳ ହୋଇଛି ପରୀକ୍ଷା ପରିଚାଳନା

utkala khabar
Last updated: April 8, 2025 2:42 pm
utkala khabar
Published April 8, 2025
Share
SHARE

କଟକ ୦୮/୦୪ : ଆସିଲା ମାଟ୍ରିକ ରେଜଲ୍ଟ ତାରିଖ । ମେ’ ମାସ ଦ୍ଵିତୀୟ ସପ୍ତାହରେ ଆସିବ ଫଳାଫଳ । ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଛି । ୨ରୁ ୩ ଦିନ ମଧ୍ୟରେ ସରିବ ଖାତା ଦେଖା କାର୍ଯ୍ୟ । AI ଓ QR କୋଡ୍‌ ଦ୍ବାରା ସଫଳ ହୋଇଛି ପରୀକ୍ଷା ପରିଚାଳନା । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ ନେଇ କିଛି ଅସୁବିଧା ହେବନି । ଗ୍ରେସ ମାର୍କ ସଂପର୍କରେ ନିଷ୍ପତ୍ତି ନେବ ପରିଚାଳନା କମିଟି । ତେବେ ମେ’ ମାସର କେଉଁ ତାରିଖରେ ପରୀକ୍ଷା ଫଳ ଆସିବ ସେ ନେଇ ବୋର୍ଡ ସଭାପତି କିଛି ସ୍ପଷ୍ଟ କରିନାହାନ୍ତି ।

ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଥିଲା । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ସହ ୬ ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଥିଲା । ସେହିପରି ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ QR କୋଡ୍‌ ବ୍ୟବସ୍ଥା ହୋଇଥିଲା ।

You Might Also Like

ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ନିଶ୍ଚୟ ପଢ଼ିନିଅନ୍ତୁ ଆଜି କେତେ ଅଛି ଦାମ୍‌

‘ଭୁବନେଶ୍ୱରରୁ ଆବୁଧାବି’କୁ ସିଧାସଳଖ ଉଡ଼ିବ ବିମାନ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ

ଶିଶୁ ବାଟିକା : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’

ଆଜି ହେଉଛି ପବିତ୍ର ଶ୍ରବଣା ମକର ନକ୍ଷତ୍ର

TAGGED:#matric exam#matric result#odisha#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?