Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜଳୁଛି ସହର ବଢୁଛି ତାତି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଜଳୁଛି ସହର ବଢୁଛି ତାତି

utkala khabar
Last updated: June 3, 2025 11:06 am
utkala khabar
Published June 3, 2025
Share
SHARE

ରାଜ୍ୟ ୨/୬ : ଜଳୁଛି ସହର ବଢୁଛି ତାତି । ଅସହ୍ୟ ଗରମ ଓ ଗୁଳୁଗୁଳି ଆଉଟୁପାଉଟୁ ଜନଜୀବନ । ଉପକୂଳରୁ ଉପାନ୍ତ ପ୍ରଚଣ୍ଡ ଖରାରେ ସିଝୁଛି । ଦିନ ୧୦ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି । ୩୯. ୮ ଡିଗ୍ରୀ ସହ ଗତକାଲି ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ା ୩୯.୨, ସମ୍ବଲପୁରରେ ୩୯.୧ ଓ ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।

ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶାରେ ହଟ ଓ ହ୍ୟୁମିଡ କଣ୍ଡିସନ ଲାଗି ରହିବ । ଆଗାମୀ ପାଞ୍ଚଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ବଢିବା ପରେ ନିଷ୍କ୍ରିୟ ରହିଛି । ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଭଲ ବର୍ଷା ହୋଇନଥିବାରୁ ଏହା ଆଗକୁ ବଢିପାରି ନାହିଁ ।

You Might Also Like

ଆପଣ ଡିପ୍ରେସନରେ ରହୁଛନ୍ତି କି? ତେବେ ଜାଣନ୍ତୁ କ’ଣ ରହିଛି ଏହାର କାରଣ

୨୪ରୁ ନୂଆ ରାସନ କାର୍ଡ ବାଣ୍ଟିବେ ସରକାର, ପୁରୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ସିବିଏସଇ ୧୦ମ ରେଜଲ୍ଟ ,ପାସ୍ ହାର ୯୩.୬୬ %

ସପ୍ତାହ ଆରମ୍ଭରୁ ପୁଣି କମିଲା ସୁନା-ରୂପା ଦର, ଆହୁରି କମିବ ରେଟ୍‌

ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୪୦ ଡିଗ୍ରୀ ଟପିଲା ପାରଦ

TAGGED:#odisha#UTKALA KHABARHit waveState newsSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?