Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ଓଡ଼ିଶା : ଆଇନ ମନ୍ତ୍ରୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ଓଡ଼ିଶା : ଆଇନ ମନ୍ତ୍ରୀ

utkala khabar
Last updated: April 2, 2025 3:46 pm
utkala khabar
Published April 2, 2025
Share
SHARE

ଭୁବନେଶ୍ୱର  ୨।୪: ହରିଆଣା ଏବଂ ପଞ୍ଜାବ ତୁଳନାରେ ଆମ ଜମି ଉର୍ବର ଥିବାରୁ ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି । ଗୃହରେ ଏଭଳି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିଜେପି ବିଧାୟକ ସନାତନ ବିଜୁଳିଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । କୃଷି ମନ୍ତ୍ରୀଙ୍କ ପାଇଁ ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି, ପାଣିର ଅଭାବ ପାଇଁ ଖରିଫ ଫସଲ ପରେ ଚାଷ ଜମି ଗୁଡିକ ପଡିଆ ରହୁଛି । ପାଣି ବ୍ୟବସ୍ଥା ଥିବା ଜମି ଗୁଡିକରେ ଡାଲି ଜାତୀୟ ଫସଲ କରାଯାଉଛି । ଜଳ ସମ୍ପଦ ବିଭାଗ ସହିତ ମିଶି ବିଭିନ୍ନ ପଦ୍ଧତିରେ ଜଳସେଚନ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।କୋଲ୍ଡ ଷ୍ଟୋରେଜ ପଲିସି ନୂଆ ରାସ୍ତା ଦେଖାଇବ । ହରିଆଣା ଏବଂ ପଞ୍ଜାବ ତୁଳନାରେ ଆମ ଜମି ଉର୍ବର ଥିବାରୁ ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ।

ତେବେ ପଞ୍ଜାବ ହରିଆଣାରେ ୫ ଏକର ଜମି ଥିବା ଚାଷୀ କୋଟିପତି ହେଉଛନ୍ତି, ଡାଲି ଜାତୀୟ କମ୍ ସାର ଏବଂ କୀଟନାଶକ ବ୍ୟବହାର କରି ଅଧିକ ଫସଲ ଅମଳ କରାଯାଇପାରିବ ବୋଲି ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ସନାତନ ବିଜୁଳି ।

ସେହିପରି, ଇଣ୍ଡିଜେନିଅସ୍ ପ୍ରଣାଳୀ କାର୍ଯ୍ୟକାରୀ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଗୃହରେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ସବୁ ବ୍ୟବସ୍ଥିତ ହେବା ଯାଏଁ ଅପେକ୍ଷା କରିବାକୁ ପଡିବ । ଇଣ୍ଡିଜେନିଅସ୍ ପ୍ରଣାଳୀ କାର୍ଯ୍ୟକାରୀ ହେବ ।

ତେବେ ବାହାରୁ ବିହନ ଆସୁଛି, ହେଲେ ଏହା ଓଡ଼ିଶାର ଜଳବାୟୁ ପାଇଁ ଠିକ୍ ନୁହେଁ । ଯେଉଁଥି ପାଇଁ ମୁଗ ଜାତୀୟ ଚାଷ ନଷ୍ଟ ହେଉଛି ।ଏହାକୁ ନେଇ ଆପତ୍ତି ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ଏହାଦ୍ୱାରା କେବଳ ସରକାର କା ମାଲ୍ ଦରିୟା ମେଁ ଡ଼ାଲ୍ ହେଉଛି ।

You Might Also Like

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ସାତକୋଶିଆ ଘଡ଼ିଆଳ ପ୍ରଜନନକୁ ବନ୍ୟା ବିପଦ, ଚାରିବର୍ଷରେ ୧୦୫ ଶାବକ ଗାଏବ

ଆଜି ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନର ବସିବ ବୈଠକ

ହାଇ ଆଲର୍ଟରେ ସମ୍ବଲପୁର, ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

TAGGED:#Minister of Law#odisha#Prithviraj Harichandan#utkal khabar#vegetables
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?