Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

utkala khabar
Last updated: May 30, 2025 11:41 am
utkala khabar
Published May 30, 2025
Share
SHARE

କଟକ ୩0/୫ : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ ଆରମ୍ଭ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ-୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ପୁନଃ ଯାଞ୍ଚ ବା ରିଚେକିଂ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଜୁନ୍‌ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ ।

ଉତ୍ତରଖାତା ପାଇବାକୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଜୁନ୍ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଖାତା ପ୍ରଦାନ କରାଯିବ । ଜୁନ୍ ମାସରୁ ଯୁକ୍ତ ୨ ଖାତା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହେଉଛି । ଜୁଲାଇ ୧୫ ସୁଦ୍ଧା ଇନଷ୍ଟାଣ୍ଟ ପରୀକ୍ଷା ଫଳ ସହ ଯୁକ୍ତ ୨ ପୁନଃ ମୂଲ୍ୟାୟନ ଫଳ ପ୍ରକାଶ ଲକ୍ଷ୍ୟ ରହିଛି ।

ଗତ ମେ ୨୧ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍‌ ହୋଇଥିଲେ । ୧୪୨୫୧୨ ଛାତ୍ର ପାସ୍‌ ହୋଇଥିବା ବେଳେ ୧୭୬୨୫୧ ଜଣ ଛାତ୍ରୀ ପାସ୍‌ କରିଛନ୍ତି । ଏଥର ପାସ୍‌ ହାର ୮୨.୭୭ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍‌ ହାର ୮୭.୪୯ ପ୍ରତିଶତ ଓ କଳାରେ ପାସ୍‌ ହାର ୮୦.୫୧ ପ୍ରତିଶତ, କମର୍ସରେ ପାସ୍‌ ହାର ୮୩.୦୨ ପ୍ରତିଶତ ରହିଛି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୦.୫୭ ପ୍ରତିଶତ ରହିଛି । ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କକୁ ନେଇ ଦ୍ୱନ୍ଦ୍ୱ ରହିଛି ସେମାନେ ପୁନଃ ପରୀକ୍ଷା ଖାତା ଯାଞ୍ଚ ପାଇଁ ଆବେଦନ କରିପାରିବେ ।

You Might Also Like

ଅପରେସନ୍‌ ସିନ୍ଦୂର ; ଏଟିଏମ୍‌-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବଢ଼ିଲା ଭତ୍ତା , ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା

ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ, ଏହି ଅବସରରେ ଟ୍ଵିନସିଟିରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

କିଟରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ

ଆଜି ତାଣ୍ଡବ ରଚିବ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

TAGGED:#odisha#UTKALA KHABAR+2 studentsApplicationRevaluation
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?