ଭୁବନେଶ୍ୱର ୦୭।୦୪ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ। ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହୋଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି। ହିତାଧିକାରୀମାନେ କିଛି ଲୋନ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଛି। ଏକ କୋଟି ହିତାଧିକାରୀ ହେଇଯାଇଥିବାରୁ ବର୍ତ୍ତମାନ ଆଉ ନୂଆ ଆବେଦନ କରିପାରିବେନି। ରିଜେକ୍ସନ ଲିଷ୍ଟର ସର୍ଭେ କରାଯାଇ ବଞ୍ଚିତ ଥିବା ହିତାଧିକାରୀଙ୍କ ଦିଆଯିବ ତୃତୀୟ କିସ୍ତି। ମାର୍ଚ୍ଚ ୩୧ ତାରିଖ ପରେ ମଧ୍ୟ କିଛି ଆବେଦନ ଆସିଛି। ରିଜେକ୍ସନ ଲିଷ୍ଟର ହିତାଧିକାରୀଙ୍କ ଯାଞ୍ଚ ପରେ ତୃତୀୟ କିସ୍ତି ଦିଆଯିବ । ତାପରେ ନୂଆ ଆବେଦନ କଥା ପରେ ଚିନ୍ତା କରାଯିବ ।