Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତର ବୀର ସୈନିକମାନେ ସଂକଳ୍ପର ସମ୍ମାନ ରକ୍ଷା କରିଛନ୍ତି, : ମୁଖ୍ୟମନ୍ତ୍ରୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଭାରତର ବୀର ସୈନିକମାନେ ସଂକଳ୍ପର ସମ୍ମାନ ରକ୍ଷା କରିଛନ୍ତି, : ମୁଖ୍ୟମନ୍ତ୍ରୀ

utkala khabar
Last updated: May 7, 2025 5:32 pm
utkala khabar
Published May 7, 2025
Share
SHARE

ସେନା ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ଜାରିରହିଛି, ଏହାର ନିଦର୍ଶନ ହେଉଛି ‘ଅପରେସନ୍‌ ସିନ୍ଦୁର’।ଅପରେସନ୍ ସିନ୍ଦୁର ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି। ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଦୃଢ ପଦକ୍ଷେପ ଗ୍ରହଣ କରିଆସିଛି। ଅପରେସନ୍‌ ସିନ୍ଦୁର ହେଉଛି ଏହାର ପ୍ରକୃଷ୍ଟ ନିଦର୍ଶନ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ହେଉଛି ଆମ ପରମ୍ପରା, ତ୍ୟାଗ ଓ ସଂକଳ୍ପର ପ୍ରତୀକ। ଭାରତର ସୈନିକ ମାନେ ସେହି ସଂକଳ୍ପର ସମ୍ମାନ ରକ୍ଷା କରିବାକୁ ସଦା ସର୍ବଦା ପ୍ରସ୍ତୁତ ବୋଲି ପ୍ରମାଣ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ। ମୋଦୀଜୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି।

 

 

 

 

You Might Also Like

ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି

ଗଞ୍ଜାମ ଗୋଳନ୍ଥରା କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

ଆତଙ୍କବାଦୀ ଆକ୍ରମଣ ପରେ ହିନାଙ୍କ ମାନସିକ ସ୍ୱାସ୍ଥ୍ୟ ଉପ‌ରେ ପ୍ରଭାବ ପଡ଼ିଛି

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ, ବିନ୍ଦୁସାଗର କୂଳରେ ତିଳତର୍ପଣ

TAGGED:#mohan charan majhi#odisha#odisha cm#UTKALA KHABARPahalgam AttackSindoor Operation
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?