Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କାହାକୁ ଓ କେମିତି ମିଳିବ ଆୟୁଷ୍ମାନ କାର୍ଡ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କାହାକୁ ଓ କେମିତି ମିଳିବ ଆୟୁଷ୍ମାନ କାର୍ଡ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ

utkala khabar
Last updated: April 16, 2025 11:13 am
utkala khabar
Published April 16, 2025
Share
SHARE

ଭୁବନେଶ୍ୱର ୧୬/୦୪ : ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ । ଆୟୁଷ୍ମାନ ଯୋଜନାକୁ ନେଇ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାସହ ସେ କହିଛନ୍ତି, କେଉଁ ମାନେ କିପରି ଏହି କାର୍ଡର ଲାଭ ଉଠାଇବେ ସେ ବିଷୟରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ । ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦ୍ବୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡ ଥିବା ହିତାଧିକାରୀ ପାଇ ପାରିବେ ଆୟୁଷ୍ମାନ ଯୋଜାନର ଲାଭ । ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ ।

ଜାଣନ୍ତୁ କେଉଁ ମାନେ ପାଇବେ ସୁବିଧା :

ରାଜ୍ୟରେ ୧ କୋଟି ୩ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ମିଳିବ ଏବଂ ମୋଟ ସାଢେ ୩ କୋଟି ଲୋକ ଆୟୁଷ୍ମାନ ଯୋଜନାର ଲାଭ ପାଇବେ । ୭୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ । ୬ ଲକ୍ଷଙ୍କୁ ଅନ୍‌ଲାଇନ୍‌ରେ ମିଳିବ କାର୍ଡ ୭୦ ବର୍ଷର ଅଧିକ ଇନକମ୍‌ ଟାକ୍ସ ଦେଉଥିଲେ ଲୋକମାନଙ୍କୁ ମଧ୍ୟ ମିଳିବ ଆୟୁଷ୍ମାନ କାର୍ଡ । ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା । ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିଲେ ମିଳିବ କାର୍ଡ । ଅନ୍ତଦ୍ବୟ ଯୋଜନା କାର୍ଡ ରହିଥିଲେ ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାଁ ରହିଥିଲେ ବି ମିଳିବ ସୁବିଧା।

ଏହାସହିତ ନବୀନ କାର୍ଡ ପାଇଥିବା ହିତାଧିକାରୀ ମଧ୍ୟ ଯୋଜନାର ଲାଭ ଉଠାଇ ପାରିବେ । ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ ଘର ଘର ବୁଲି କାର୍ଡ ଦେବେ ଆଶା ଦିଦି । ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ଆୟୁଷ୍ମାନ ଯୋଜନାର ମିଳିବ ସୁବିଧା । ପୁରୁଣା ବିଏସକେୱାଇ କାର୍ଡ ଦେଖାଇଲେ ବି ହସ୍ପିଟାଲରେ ଚିକିତ୍ସା ମିଳିବ ।

You Might Also Like

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

ଚଳିତ ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା

ଆଜି ମାଟ୍ରିକ ରେଜଲ୍ଟ, ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

TAGGED:#odishaAyushman cardHealth card informationHealth MinisterMukesh Mahalinga
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?