Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଡାଳିମ୍ବ ଚୋପାରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଡାଳିମ୍ବ ଚୋପାରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ

utkala khabar
Last updated: April 14, 2025 3:26 pm
utkala khabar
Published April 14, 2025
Share
SHARE

ଖାଇବା ପାଇଁ ଡାଳିମ୍ବ ଯେତେ ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ସ୍ବାସ୍ଥ୍ୟକର । ଶରୀର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କିଛି ବ୍ୟକ୍ତି ନିୟମିତ ଭାବେ ଡାଳିମ୍ବ ମଞ୍ଜି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ମଞ୍ଜି ଭଳି ତାହାର ଚୋପାରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି। ଏହାର ଚୋପାରେ ଥିବା ଆଣ୍ଟିଏକ୍ସିଡ଼େଣ୍ଟ ପାଚନ ପକ୍ରିୟା ସକ୍ରିୟ କରିଥାଏ । ଏହା ସହ କର୍କଟ ସହ ଶରୀରର ବିଭିନ୍ନ ରୋଗ ସମସ୍ୟା ଦୂର କରିଥାଏ । ଆସନ୍ତୁ ଜାଣିବା ଡାଳିମ୍ବ ଚୋପାର ଉପକାରିତା ।

ଶରୀରକୂ ସୁସ୍ଥ ରଖିବା ପାଇଁ ଡାଳିମ୍ବ ଚୋପା ପ୍ରସ୍ତୁତ ଚାକୁ ଦୈନିକ ସେବନ କରିବା ଦ୍ବାରା ଶରୀର ସୁସ୍ଥ ରହିବ। ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ପୋଷକ ରହିଥାଏ । ଏଥିରେ ଚା ପ୍ରସ୍ତୁତ କରିବା ପାଇଁ ଡାଳିମ୍ବ ଚୋପାକୁ ସଫା କରି ତାହାକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ । ଏହି ଗୁଣ୍ଡକୁ ନିତିଦିନ ସକାଳେ ସନ୍ଧ୍ୟାରେ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ ।

ପାଚନ ସମ୍ବନ୍ଧୀୟ ସମସ୍ୟା ରହିଥିଲେ ଖାଦ୍ୟ ଗ୍ରହଣର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣି ସହ ଏକ ଚାମଚ ଡ଼ାଲିମ୍ ଚୋପା ଗୁଣ୍ଡ ସେବନ କରନ୍ତୁ । ଏହା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ । ଡ଼ାଏରିଆ ବା ପେଟ ଖରାପ ସମୟରେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ରହିଥାଏ ଯାହା ହୃଦଜନିତ ରୋଗରୁ ରକ୍ଷା କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖିଥାଏ ।

ପ୍ରତି ଦିନ ଏହାର ସେବନ ଦ୍ବାରା ତ୍ବଚାରେ ଉଜ୍ବଳତା ରହିବା ସହ ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଆଦି ହୋଇନଥାଏ । ଏଥି ସହ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ହାଡ଼ ଶକ୍ତ ହୋଇଥାଏ ।

ସକାଳେ ସନ୍ଧ୍ୟା ସମୟରେ ଦୈନିକ ଉଷୁମ ପାଣି ସହ ଡ଼ାଲିମ୍ବ ଚୋପା ଗୁଣ୍ଡ ସେବନ କଲେ ଶରୀରରେ ଇମ୍ୟୁନିଟି ବଢ଼ାଇବା ସହ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଗଳା ସମସ୍ୟା ରହିଛି ତେବେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

You Might Also Like

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଗ୍ରୀଷ୍ମ ଋତୁରେ ବହୁତ ଉପଯୋଗୀ ପୁଦିନା ପତ୍ର

ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା

ଆଳୁକୁ ମୁଁହରେ ବ୍ୟବହାର କରନ୍ତୁ, ଆଉ ଦରକାର ପଡ଼ିବନି ସାବୁନ୍‌

ତ୍ୱଚାରେ ଚମକ ଆଣିଥାଏ ନଡ଼ିଆ କ୍ଷୀର, ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା

TAGGED:#benifits#health tipsDaily lifestyle newsLifestyle newsPomegranate peel
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?