Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା

utkala khabar
Last updated: April 15, 2025 11:02 am
utkala khabar
Published April 15, 2025
Share
SHARE

ଆମେରିକା ୧୫/୦୪: ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା । ଆମେରିକାରେ ଶକ୍ତିଶାଳୀ ଭୂମିକମ୍ପ ଅନୂଭୂତ । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଝଟକା ଦେଇଛି । ଏ ନେଇ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି କିନ୍ତୁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ରହିଛି । ହେଲେ ଏବେସୁଦ୍ଧା ଭୂମିକମ୍ପ ଜନିତ କ୍ଷୟକ୍ଷତି ସୂଚନା ମିଳିପାରିନାହିଁ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରୋକର୍ଡ କରାଯାଇଛି ।

ସୂଚନା ଅନୁଯାୟୀ, ଏପ୍ରିଲ ୧୩ ତାରିଖରେ ମିଆଁମାର ପରେ ଭୂକମ୍ପରେ ଥରିଥିଲା ତାଜିକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ ହୋଇଥିଲା । ଭୃଗର୍ଭ ଠାରୁ ୧୬ କିଲୋମିଟର ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂମିକମ୍ପ ଝଟକାରେ ଥରିଥିଲା ଘରଦ୍ବାର ।

ସେହିପରି, ଗୋଟିଏ ଦିନରେ ଅର୍ଥାତ୍ ଏପ୍ରିଲ ୧୩ରେ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ମଧ୍ୟ ହୋଇଥିଲା । ମଣ୍ଡି ଜିଲ୍ଲାର ସୁନ୍ଦରନଗରରେ ସକାଳ ପ୍ରାୟ ୯.୧୮ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଜୟଦେବୀ ନିକଟରେ ୫ କିଲୋମିଟର ଗଭୀରତାର ଥିଲା । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ ।

ଏଥି ସହ ଗତ କାଲି ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖରେ ତାଜିକିସ୍ତାନରେ ପୁଣି ଭୂକମ୍ପ ଝଟକା ହୋଇଥିଲା । ୪.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହା ଭୂମିର ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା । ଗତ ରାତିରେ ପୁଣି ଏହି ଝଟକା ଅନୁଭୂତ ହୋଇଥିଲା ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ତାଜିକିସ୍ତାନରେ ଆଉ ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ଦୁଇଟି ଭୂମିକମ୍ପ ଭୂମିରୁ ୧୦ କିଲୋମିଟର ତଳେ ହୋଇଥିଲା ।

You Might Also Like

ନବୀନ ଭରିବେ ନାମାଙ୍କନ ପତ୍ର

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି

ଦିନରେ ଅସହ୍ୟ ଗୁଳୁଗୁଳି, ରାତିରେ କାଳବୈଶାଖୀ, ୨୮ରେ ବଙ୍ଗୋପସାଗରରେ ଲଘୁଚାପ

ପାକିସ୍ତାନରେ ବି ବାଜିବନି ଭାରତୀୟ ଗୀତ

TAGGED:#earth quake#UTKALA KHABARamericaInternational newsReported
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?