Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଭବିଷ୍ୟତ ବାଣୀ , ସୁନା ଭରି ହେବ ଲକ୍ଷେ ତିରିଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଭବିଷ୍ୟତ ବାଣୀ , ସୁନା ଭରି ହେବ ଲକ୍ଷେ ତିରିଶ

utkala khabar
Last updated: April 15, 2025 11:52 am
utkala khabar
Published April 15, 2025
Share
SHARE

ସୋସିଆଲ ମିଡିଆରେ ଭବିଷ୍ୟତର ସୁନା ଦର ଖୁବ୍ ଭାଇରାଲ ହେଉଥିଲା। ଏଥିରେ ପ୍ରତି ୧୦ ଗ୍ରାମ ସୁନା ୫୦,୦୦୦ ଟଙ୍କାକୁ ଖସି ଆସିବ ବୋଲି ଆକଳନ କରାଯାଉଥିଲା। ହେଲେ ଏହାର ବିପରୀତ ଗତ ସପ୍ତାହରେ ସୁନା ଦର ରେକର୍ଡ ହାଇକୁ ପହଞ୍ଚି ଯାଇଛି। ଏବେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲ୍ଡମ୍ୟାନ ସାକ୍ସଙ୍କ ଏକ ରିପୋର୍ଟ ଆସିଛି, ଯେଉଁଥିରେ ସୁନା ଦର ପ୍ରତି ଆଉନ୍ସ ୪,୫୦୦ ଡଲାର ଅର୍ଥାତ ୧୦ ଗ୍ରାମ ପିଛା ୧,୩୬,୦୦୦ ଟଙ୍କାକୁ ପହଞ୍ଚିବ ବୋଲି ଆକଳନ କରାଯାଇଛି।

 ରିପୋର୍ଟ ଅନୁସାରେ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ସାଙ୍ଗକୁ ମାନ୍ଦାବସ୍ଥାର ଭୟ ଯୋଗୁ ୨୦୨୫ ମସିହା ଶେଷ ବେଳକୁ ସୁନା ପ୍ରତି ଆଉନ୍ସ ୪,୫୦୦ ଡଲାରକୁ ପହଞ୍ଚିବ। ଗୋଲ୍ଡମ୍ୟାନ ସାକ୍ସ ପୁଣିଥରେ ସୁନାର ଟାର୍ଗେଟ୍ ପ୍ରାଇସ୍ ବଢାଇଛନ୍ତି। ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଅନୁସାରେ ଚଳିତବର୍ଷ ପାଇଁ ସୁନାର ଟାର୍ଗେଟ ଦର ପ୍ରତି ଆଉନ୍ସ ୩,୭୦୦ ଡଲାର ରହିଛି। ଏହି ଟାର୍ଗେଟ୍ ପ୍ରାଇସ୍ କୁ ଗୋଲ୍ଡମ୍ୟାନ୍ ସାକ୍ସ ତୃତୀୟବାର ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ମାସ ଆରମ୍ଭରେ ସୁନାର ଟାର୍ଗେଟ୍ ପ୍ରାଇସ୍ ପ୍ରତି ଆଉନ୍ସ ୩,୩୦୦ ଡଲାର ସେଟ୍ କରାଯାଇଥିଲା।

ଆମେରିକା ରାଷ୍ଟ୍ରପତି ଚୀନ୍‌କୁ ନେଇ ଏବେ ବେଶ୍ ଆକ୍ରମକ ଲାଗୁଛନ୍ତି। ଏଣୁ ଦୁଇ ଦେଶଙ୍କ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବଜାରରେ ଏବେ ସୁନା ନିବେଶକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି। ଗତ ସପ୍ତାହରେ ଗୋଲ୍ଡ ଇଟିଏଫ ପ୍ରଥମ ଥର ଆଉନ୍ସ ପିଛା ୩,୨୦୦ ଡଲାର ସ୍ତରକୁ ପାର କରିଥିଲା। ବୈଶ୍ୱିକ ସ୍ତରରେ ବଢୁଥିବା ଉତ୍ତେଜନା କାରଣରୁ ଗୋଲ୍ଡ ଇଟିଏଫ ଦର ଆଉନ୍ସ ପିଛା ୩,୨୪୫.୬୯ ଡଲାର ସ୍ତରକୁ ପହଞ୍ଚି ଯାଇଥିଲା। ସୁନାର ଚାହିଦା ଏବେ ଫିଜିକାଲ ଓ ଏକ୍ସଚେଞ୍ଜରେ ଢେର ବଢି ଯାଇଛି।

ରବିବାର ସ୍ପଟ ଗୋଲ୍ଡ ୦.୪ ପ୍ରତିଶତ ହ୍ରାସ ସହ ଆଉନ୍ସ ପିଛା ୩,୨୨୩.୬୦ ଡଲାର ଦରରେ କାରବାର ହେଉଛି। ସେହିପରି ରୟଟର୍ସ ରିପୋର୍ଟ ଅନୁସାରେ ୟୁଏସ ଗୋଲ୍ଡ ଫ୍ୟୁଚର ୦.୧ ପ୍ରତିଶତ ହ୍ରାସ ସହିତ ଆଉନ୍ସ ପିଛା ଦର ୩,୨୪୦.୯୦ ଡଲାରରେ ଟ୍ରେଡ ହେଉଛି।

You Might Also Like

ବେଙ୍ଗାଲୁରୁର ବିଜୟ ଉତ୍ସବ ବେଳେ ଦଳାଚକଟାରେ ୧୧ଜଣ ମୃତ

ବାଲେଶ୍ଵର ପୋଲିସର ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଜୋରଦାର ଚାଲିଛି ଯାଞ୍ଚ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

TAGGED:#UTKALA KHABARBusiness newsGold in future rategold price
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?