Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବେଙ୍ଗାଲୁରୁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ବେଙ୍ଗାଲୁରୁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍

utkala khabar
Last updated: April 21, 2025 11:23 am
utkala khabar
Published April 21, 2025
Share
SHARE

କର୍ଣ୍ଣାଟକ ୨୧/୪ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ବିମାନବନ୍ଦରରେ ପାର୍କିଂ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଧକ୍କା ଦେଲା ଏକ ମିନି ବସ୍ । ଏପରି ଅଘଟଣ ଶୁକ୍ରବାର ଦିନ ଘଟିଥିବା ସୂଚନା ମିଳିଛି । ଏହି ଅଘଟଣରେ କେହି ଆହତ ହୋଇନାହାନ୍ତି କିନ୍ତୁ  ମିନି ବସର ଛାତ କ୍ଷତିଗ୍ରସ୍ତ ହୋଇଛି । ବିମାନବନ୍ଦରରେ ସୁରକ୍ଷା ଅବହେଳା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାଦ୍ବାରା ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ୧୮ ଏପ୍ରିଲ ପ୍ରାୟ ୧୨.୧୫ ମିନିଟ୍ ସମୟରେ ପାର୍କିଂରେ ଇଣ୍ଡିଗୋ ବିମାନସହ ମିନି ବସ୍ ଧକ୍କା ହୋଇଥିଲା  । ବିମାନଟି ପାର୍କିଂରେ ଥିବାବେଳେ ବସ୍ ଆସି ଧକ୍କା ଦେଇଥିଲା । ବିମାନଟି କେମ୍ପେଗୌଡା ରନୱେରେ ଠିଆ ହୋଇଥିବା ସମୟରେ ମିନି ବସଟି ବିମାନର ଅଣ୍ଡରକ୍ୟାରେଜକୁ ଧକ୍କା ଦେଇଥିଲା । ଫଳରେ ବସଟିର ଛାତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହା ମଧ୍ୟ କୁହାଯାଇଛି ଯେ, ସମ୍ବନ୍ଧୀୟ ପକ୍ଷ ସହିତ ସମନ୍ବୟ ରଖି ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଏହା ସହିତ ଯାତ୍ରୀ ଏବଂବିମାନବନ୍ଦର କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବପ୍ରଥମ ପ୍ରଥମିକତା ବୋଲି ଏୟାର ପୋର୍ଟର କର୍ତ୍ତୁପକ୍ଷଙ୍କ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଏହି ମାମଲା ସମ୍ପର୍କରେ ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍ସ  ଅବଗତ କିରିଛି । ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି ଯେ, ଆମେ ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ପାର୍କିଂହୋଇଥିବାବେଳେ ଏକ ଅନ୍ୟ ଯାନ ସହିତ ହୋଇଥିବା ଘଟଣାକୁ ଅବଗତ କରିଛି । ବର୍ତ୍ତମାନ କିନ୍ତୁ ଏହି ମାମଲାର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି । ଆବଶ୍ୟକ ଅନୁଯାୟୀ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି ।

You Might Also Like

କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ

୧୯ ଯାଏ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

TAGGED:#UTKALA KHABARAirportBengaluruIndigo AirlinesMini busNational news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?