Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତ ନେବ ବଡ ପଦକ୍ଷେପ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭାରତ ନେବ ବଡ ପଦକ୍ଷେପ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି

utkala khabar
Last updated: April 30, 2025 11:44 am
utkala khabar
Published April 30, 2025
Share
SHARE

ଭାରତ ୩୦/୪ : ଭାରତ ନେବ ଆକ୍ସନ ।  ଟେନସନରେ ପାକିସ୍ତାନ ।  ଭାରତ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ନଥମୁଣୁ ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବା CCS ବୈଠକ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଯୋଗ ଦେବେ ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କ୍ୟାବିନେଟ ସଚିବ ଓ ପ୍ରତିରକ୍ଷା ସଚିବ ମଧ୍ୟ ଉପସ୍ଥିତ ରହିବ ।  ପହଲଗାମ ଆଟାକ ପରେ ଏହା ଦ୍ୱିତୀୟ ସିସିଏସ ବୈଠକ ।  ଏପ୍ରିଲ ୨୩ ତାରିଖରେ ହୋଇଥିବା ସିସିଏସ ବୈଠକରେ ସିନ୍ଧୁ ଜଳ ଚୁକ୍ତି ବାତିଲ, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ବେଳେ ଦ୍ୱିତୀୟ ବୈଠକରେ ମଧ୍ୟ ବଡ ଧରଣର ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆତଙ୍କୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ସାରିଥିବାରୁ ଅପେକ୍ଷା ଆଜିର ବଡ ନିଷ୍ପତ୍ତିକୁ ।

You Might Also Like

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ

ମୁର୍ଶିଦାବାଦରେ ହିନ୍ଦୁମାନଙ୍କ ହିଂସା ଓ ବିସ୍ଥାପନ ଉପରେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ

ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ

ପାରାଦୀପରେ ହେବ ଏକ ନୂଆ ଏୟାରପୋର୍ଟ

ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ

TAGGED:#india#UTKALA KHABARPrime Minister Narendra Modi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?