Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତର ରୂପ ନେବ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ପାଣିପାଗ

ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତର ରୂପ ନେବ

utkala khabar
Last updated: May 22, 2025 10:49 am
utkala khabar
Published May 22, 2025
Share
SHARE

ରାଜ୍ୟ ୨୨/୫ :  ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଯାହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ। ପରେ ଏହା ୩‌୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ।

ପୂର୍ବ କେନ୍ଦ୍ରୀୟ ଆରବ ସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେଇଥିବା ଜଣାଯାଇଛି।ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।ଅନ୍ୟପପକ୍ଷରେ ଏଥର ଆଗୁଆ କେରଳ ଛୁଇଁପାରେ ମୌସୁମୀ ବାୟୁ । ବର୍ତ୍ତମାନ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ଥିବା ଜଣାପଡିଛି । ସାଧାରଣତଃ ମୌସୁମୀ ବାୟୁ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ । ତେବେ ଏଥର ମେ ଶେଷ ସପ୍ତାହ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରାଯାଉଛି ।

 

You Might Also Like

କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା

ପାକିସ୍ତାନକୁ IMF ପାଣ୍ଠିର ସହାୟତା ପ୍ରଦାନ କଲା

ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା

TAGGED:#low pressure#odisha#UTKALA KHABAR#weather newsState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?