Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା

utkala khabar
Last updated: May 24, 2025 11:47 am
utkala khabar
Published May 24, 2025
Share
SHARE

ଆଇପିଏଲ ୨୪/୫ : ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଅଧିନାୟକ ପାଟ୍ କମିନ୍ସଙ୍କ ଶାଣିତ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଏକଦା ୧୭୩ ରନରେ ୩ ୱିକେଟ୍ ହରାଇଥିବା ବେଙ୍ଗାଲୁରୁ ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮୯ ରନରେ ଅଲଆଉଟ୍ ହୋଇଛି । ଫିଲିପ ସଲ୍ଟ ୬୨ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୪୩ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନର ବିଶାଳ ସ୍କୋର କରିଥିଲା । ଇଶାନ କିଶନ ୯୪ ରନର ଅପରାଜିତ ଇନିଂସ ଖେଳିଥିଲେ । ପରାଜୟ ସହ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ତୃତୀୟକୁ ଖସି ଆସିଛି । ହାଇଦ୍ରାବାଦ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ।

୨୩୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଓପନିଂରେ ୭ ଓଭରରେ ୮୦ ରନ ଯୋଡିଥିଲେ । ବିରାଟ କୋହଲି ୨୫ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଭାଗିଦାରୀରେ ୪୦ ରନ ଯୋଡି ଦଳର ସ୍କୋରକୁ ୧୨୦ ରନରେ ପହଞ୍ଚାଇଥିଲେ । ମୟଙ୍କ ୧୧ ରନ କରି ନିରାଶ କରିଥିଲେ । ସଲ୍ଟଙ୍କୁ ଆଉଟ୍ କରି ପାଟ୍ କମିନ୍ସ ଦଳକୁ ବଡ ସଫଳତା ଦେଇଥିଲେ । ସଲ୍ଟ ୩୨ ବଲରୁ ୪ ଚୌକା ଓ ୫ ଛକା ସହ ୬୨ ରନ କରିଥିଲେ ।

ଏକଦା ୩ ୱିକେଟ୍ ହରାଇ ୧୭୩ ରନ କରିଥିବା ଆରସିବି ଅଚାନକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ରଜତ ପାଟିଦାର ୧୮ ରନ କରି ଆଉଟ୍ ହେବା ପରେ ଜଣେ ପରେ ଜଣେ ବ୍ୟାଟର ପାଭିିଲିୟନ ଫେରିଥିଲେ । ଅଧିନାୟକ ଦାୟିତ୍ୱ ତୁଲାଇଥିବା ଜିତେଶ ଶର୍ମା ୨୪ ରନ କରିପାରିଥିଲେ । ରୋମାରିଓ ସେଫର୍ଡ ୦, କୃଣାଲ ପାଣ୍ଡ୍ୟା ୮, ଟିମ୍ ଡେଭିଡ ୧ ଆଉଟ୍ ହେବା ଦଳକୁ ପରାଜୟକୁ ଠେଲିଥିଲା । ଶେଷରେ ଆରସିବି ୧୯.୫ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଛି ।ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ୪ ଓଭରରେ ୨୮ ରନ ଦେଇ ୩ ୱିକେଟ୍ ଅକ୍ତିକାର କରିଛନ୍ତି । ଇଶାନ ମାଲିଙ୍ଗାଙ୍କୁ ୨ଟି ୱିକେଟ୍ ମିଳିଛି ।

 

You Might Also Like

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ

ମେ ୨ ତାରିଖ ଶୁକ୍ରବାର ଥିବାରୁ କେମିତି କଟିବ ଆଜିର ଦିନ ଜାଣନ୍ତୁ

TAGGED:#royal challengers bengaluru#UTKALA KHABARIndian Premier League 2025matchSports matchSunrisers Hyderabad
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?