Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ

utkala khabar
Last updated: June 2, 2025 2:49 pm
utkala khabar
Published June 2, 2025
Share
SHARE

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଆଜି ସେ ତାଙ୍କ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରୁଛନ୍ତି । ତାଙ୍କ ଫିଟସେନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ସଲମାନଙ୍କ ସହ ’ଦବଙ୍ଗ’ ଫିଲ୍ମରେ ନଜର ଆସିଥିଲେ । କେବଳ ସଲମାନ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସମେତ ବଡ ବଡ କଳାକାରଙ୍କ ସହ ମଧ୍ୟ କାମ କରିଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଉନ୍ନତ ଧରଣର ଅଭିନୟ ଦ୍ବାରା ହେଟରସମାନଙ୍କ ମୁହଁକୁ ଚୁପ୍ କରେଇ ପାରିଥିଲେ । କିଛି ଦିନ ପୂର୍ବରୁ ସୋନାକ୍ଷୀ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଆଜି ସେ ତାଙ୍କ ସ୍ବାମୀ ଜାହିର ଇକବାଲଙ୍କ ସହିତ ଖୁସିରେ ରହିଛନ୍ତି ।

ଆଜିକାଲି ସୋନାକ୍ଷୀ ସିହ୍ନା ଫିଲ୍ମ ସହିତ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି । ଗୋଟେ ସମୟ ଥିଲା ଯେତେବେଳେ ସୋନାକ୍ଷୀ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ସଲମାନ ତାଙ୍କୁ ବଲିଉଡରେ ଏଣ୍ଟ୍ରି କରିବାକୁ ବାଧ୍ୟ କରିବାରୁ ସେ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ସୋନାକ୍ଷୀ ସିହ୍ନା କିନ୍ତୁ ଫ୍ୟାଶନ ଡିଜାଇନିଙ୍ଗ ପାଠ ପଢିଥିଲେ । ୨୦୦୫ର ମେରା ଦିଲ ଲେକେ ଦେଖୋ ଫିଲ୍ମରୁ ତାଙ୍କ କଷ୍ଟ୍ୟୁମ ଡିଜାଇନିଙ୍ଗ କାମକୁ ମଧ୍ୟ ଆରମ୍ଭ କରିଥିଲେ । ଯାହା ଖୁବ୍ କମ୍ ଲୋକ ସୋନାକ୍ଷୀଙ୍କ ବିଷୟରେ ଏହା ଜାଣନ୍ତି ।

ଏପଟେ ସୋନାକ୍ଷୀ କହିଛନ୍ତି ଯେ, ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ବରଂ ଫ୍ୟାଶନ ଡିଜାଇନର ହୋଇ ଇଣ୍ଡଷ୍ଟ୍ରିରେ ରାଜ କରିବାକୁ ଚାହୁଁଥିଲେ । ତାଙ୍କ ପ୍ରଫେସନକୁ ନେଇ ସେ ଖୁବ୍ ପରିଚିତ ହେବାକୁ ଆଶା ରଖିଥିଲେ । ଦବଙ୍ଗ ଫିଲ୍ମରେ ସେ କିପରି ଏଣ୍ଟ୍ରି କରିଥିଲେ ସେ କପିଲ ଶର୍ମା ଶୋରେ ସେ ତାଙ୍କ କ୍ୟାରିୟର ଅନୁଭୂତି କାହାଣୀକୁ ସେୟାର କରିଛନ୍ତି ।

ଥରେ ସଲମାନ ତାଙ୍କ ପାଖକୁ ଆସି ସୋନାକ୍ଷୀଙ୍କୁ ଓଜନ କମାଇବାକୁ କହିଥିଲେ । କାରଣ ସେ ତାଙ୍କ ଫିଲ୍ମରେ ସୋନାକ୍ଷୀଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ସୋନାକ୍ଷୀ ମନା କରିଥିଲେ । ହେଲେ ସୋନାକ୍ଷୀଙ୍କ ଦୃଢ ମନୋବଳକୁ ବଢାଇଥିଲେ ସଲମାନ । ଯାହା ପରେ ସେ ଦବଙ୍ଗ ଗାର୍ଲ ଭାବେ ବେଶ୍ ପରିଚିତ ।

ଅନ୍ୟପଟେ ସୋନାକ୍ଷୀ ଅନେକ ଦିନ ଧରି ନାନା ପ୍ରକାର ବିବାଦରେ ଫସି ରହିଥିଲେ । ପ୍ରଥମେ ତାଙ୍କ ଓଜନ ପାଇଁ ଟ୍ରୋଲର ଶିକାର ହୋଇଥିଲେ । ପୁଣି କିଛି ଦିନ ପରେ ’କନ୍ ବନେଗା କରୋଡ ପତି’ଶୋ’ରେ ରାମାୟଣ ସହିତ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେିପାରି ନଥିଲେ ।

ଯାହା ଦ୍ବାରା ତାଙ୍କୁ ଟ୍ରୋଲ କରାଯାଇଥିଲା । ଏହା ପରେ ସେତିକିରେ ତାଙ୍କୁ ନେଇ ହେଉଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡି ନଥିଲା । ଯେତେବେଳେ ସେ ମୁସଲିମ ପୁଅଙ୍କୁ ବିବାହ କରିବାକୁ କଥା ପ୍ରଚାର ହେଲା ସେତେବେଳେ ମଧ୍ୟ ବିବାଦରେ ପସି ରହିଥିଲେ । କିନ୍ତୁ ସେସବୁରେ ହାରି ନଥିଲେ ସୋନାକ୍ଷୀ । ସେ ୨୩ ଜୁନରେ ୨୦୨୪ରେ ଜହିର ଇକବାଲ ବିବାହ କରିଥିଲେ । ବିବାହ ପରେ ସୋନାକ୍ଷୀଙ୍କ ଭାଇ ଲଭ ଏବଂ କୁଶ ତାଙ୍କ ବିରୋଧରେ ଥିବା ଜଣାପଡିଛି ।

You Might Also Like

ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ ହେଲା Motorola Edge 60 Pro

ବାହାନଗା ରେଳ ଦୁର୍ଘଟଣାକୁ ଆଜି ୨ ବର୍ଷ ପୂରିଲା

ଏପ୍ରିଲ ୧୪ ତାରିଖ ସୋମବାର ପଡ଼ୁଥିବାରୁ ଆଜିର ଦିନଟି କେମିତି ହେବ

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଗ୍ରୀଷ୍ମଋତୁରେ ଆଖୁରସ କେତେ ସୁରକ୍ଷିତ ଜାଣନ୍ତୁ ?

TAGGED:#entertainment news#UTKALA KHABARBirthday PartyBollywood ActressCelebration birthdaySonakshi Sinha
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?