Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ

utkala khabar
Last updated: April 23, 2025 5:56 pm
utkala khabar
Published April 23, 2025
Share
SHARE

ଶ୍ରୀନଗର ୨୩/୪ : ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ ଭେଟିଲା ସାଂସଦ ଅପରାଜିତା ଷଡଙ୍ଗୀ । ଶ୍ରୀନଗରରେ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ।

ସେପଟେ ଆଜି ଓଡ଼ିଶା ମାଟିରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନରେ ଶ୍ରୀନଗରରୁ ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ ମୃତଦେହ । ଦିଲ୍ଲୀ ଦେଇ ୯ ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର ।  ଏହା ପରେ ଭୁବନେଶ୍ୱରରୁ ପୁଣି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ପ୍ରଶାନ୍ତଙ୍କ ମୃତଦେହ । ପ୍ରଶାନ୍ତଙ୍କ ମୃତୁ୍ୟକୁ ନେଇ ରେମୁଣା ସାରଗାାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।

ସୂଚନା ଅନୁସାରେ ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ । ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । ଆତଙ୍କୀଙ୍କ ଗୁଳିରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସାରଗାଁ ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

 

 

You Might Also Like

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

୨୫ ବର୍ଷ ପରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଧଡ଼କନ’

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

ଶ୍ରୀମତୀ ବୁମ୍ରା କାହିଁକି ଫ୍ୟୁରିୟସ୍? ଦେଖନ୍ତୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି

TAGGED:#UTKALA KHABARAparajita SadangiBhubaneswar MPPresant's wife
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?