Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୧୪ ଦିନ ପରେ ପରସ୍ପରଙ୍କୁ ଦେଖିଲେ ଅପରାଧୀ ପ୍ରେମୀଯୁଗଳ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

୧୪ ଦିନ ପରେ ପରସ୍ପରଙ୍କୁ ଦେଖିଲେ ଅପରାଧୀ ପ୍ରେମୀଯୁଗଳ

utkala khabar
Last updated: April 2, 2025 4:13 pm
utkala khabar
Published April 2, 2025
Share
SHARE

ମିରଟ ୦୨ /୦୪ :  ମିରଟର ବହୁଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲ ଏବେ ଜେଲ୍‌ରେ ବନ୍ଦୀ ଅଛନ୍ତି। ଖବର ରହିଛି ଯେ ସେମାନଙ୍କର ନ୍ୟାୟିକ ହେପାଜତ୍‌ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେମାନଙ୍କୁ ଆହୁରି ୧୪ ଦିନ ଜେଲ୍‌ରେ ରହିବାକୁ ପଡ଼ିବ। ଏପ୍ରିଲ୍‌ ୧୫ ତାରିଖରେ ସେମାନଙ୍କର କୋର୍ଟରେ ଆଗାମୀ ଶୁଣାଣି ଅଛି। ଜାଣିବାକୁ ମିଳିଛି ଯେ ଏହି ପ୍ରେମୀ ଯୁଗଳ ଦୀର୍ଘ ୧୪ ଦିନ ପରେ ଜଣେ ଜଣଙ୍କୁ ଦେଖିଛନ୍ତି। ଆଜି ମୁସ୍କାନ ଓ ସାହିଲ୍‌ ଭିଡିଓ କନ୍‌ଫ‌ରେନ୍ସ ଜରିଆରେ ପରସ୍ପରଙ୍କୁ ଦେଖିଛନ୍ତି।

ଉତ୍ତରପ୍ରଦେଶର ମିରଟରେ ଘଟିଥିବା ସୌରଭ ରାଜପୁତଙ୍କ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଛି। ସୌରଭଙ୍କ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଯେଉଁଭଳି ଭାବରେ ସୌରଭଙ୍କ ହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୌଣସି ସ୍ତ୍ରୀ କ’ଣ ସ୍ବାମୀଙ୍କୁ ଏଭଳି ହତ୍ୟା କରିପାରେ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମୁସ୍କାନ ଏବଂ ସାହିଲ ଅନେକ ଦିନ ଧରି ସୌରଭଙ୍କ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଯେଉଁ ଡ୍ରମରେ ମୁସ୍କାନ ସ୍ବାମୀ ସୌରଭଙ୍କ ମୃତଦେହ ପୋତିଥିଲେ। ସେହି ଡ୍ରମରେ ସେ ଗଛ ଲଗାଇବାର ଯୋଜନା କରିଥିଲେ।

ପୁଲିସ ସାମ୍ନାରେ ମୁସ୍କାନ ନିଜର ଦୋଷ ସ୍ବୀକାର କରି କହିଛନ୍ତି, ‘ଯୋଜନା ଥିଲା ସୌରଭଙ୍କ ହତ୍ୟାପରେ ଡ୍ରମରେ ମୃତଦେହ ରଖି ତା’ ଉପରେ ମାଟି ପକାଇ ଗଛ ଲଗାଇବି। କିନ୍ତୁ, ଡ୍ରମରୁ ସୌରଭଙ୍କ ମୃତଦେହର ଗନ୍ଧ ବାହାରୁଥିବା ଭୟରେ ମୁଁ ସେଥିରେ ସିମେଣ୍ଟ ଢାଳି ସିଲ୍ କରିଦେଇଥିଲି।’

You Might Also Like

ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର, ୮ ତାରିଖରୁ ସିଲିଣ୍ଡର ଦର ପିଛା ୫୦ଟଙ୍କାକୁ ବୃଦ୍ଧି

ରାମନବମୀ ଅବସରରେ ନୂତନ ପମ୍ବନ ରେଳସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ପାଇଁ ହେବ ସହଜ

ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଲକ୍ଷ୍ନୌକୁ ହରାଇଲା ପଞ୍ଜାବ

TAGGED:#mirat#murder case#muskan#sahil#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?