Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଆତଙ୍କୀଙ୍କ ଘରକୁ IED ବ୍ଲାଷ୍ଟ କରି ଉଡ଼ାଇଲା ସେନା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଆତଙ୍କୀଙ୍କ ଘରକୁ IED ବ୍ଲାଷ୍ଟ କରି ଉଡ଼ାଇଲା ସେନା

utkala khabar
Last updated: April 26, 2025 12:23 pm
utkala khabar
Published April 26, 2025
Share
SHARE

ଭାରତ ୨୬/୪ : ଆକ୍ସନ ମୋଡରେ ସେନା । ପହଲଗାମ୍ ଆତଙ୍କୀ ହମଲା ପରେ ତ୍ରାହି ପାଉନାହାନ୍ତି ଆତଙ୍କବାଦୀ । ଆକ୍ରମଣରେ ସମ୍ପୃକ୍ତି ଥିବା ଜମ୍ମୁକାଶ୍ମୀରର ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ସେମାନଙ୍କ ଘର ଉଡାଉଛି ଭାରତୀୟ ସେନା । ଆଜି ଆଉ ୩ ଜଣ ଆତଙ୍କବାଦୀର ଘର  ଧ୍ବଂସ ହୋଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ସଦସ୍ୟ ଏହଶାନ ଶେଖ, ସାହିଦ ଓ ଆତଙ୍କୀ ଜାକିର ଘରକୁ ବିସ୍ଫୋରଣ କରି ଉଡାଇଛି ସେନା ।ପୁଲୱାମା, ସୋପିୟାନ ଓ କଲଗ୍ରାମସ୍ଥିତ ଘରକୁ କରିଛି ସେନା । ଏ ପର୍ଯ୍ୟନ୍ତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶିଛି । ଗତକାଲି ଆଦିଲ ଗୁରିର ଘରକୁ ବୁଲଡୋଜରରେ ଭଙ୍ଗାଯାଇଥିଲା । ସେହିପରି ପୁଲୱାମାର ତ୍ରାଲରେ ଆଇଡି ବ୍ଲାଷ୍ଟରେ ମାଟିରେ ମିଶିଥିଲା ।

ପହଲଗାମ ଆକ୍ରମଣ ପରେ ଏହି ଆତଙ୍କବାଦୀଙ୍କ ସଂପୃକ୍ତି ନେଇ ସୂଚନା ମିଳିବା ପରେ ଘରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲା ସୁରକ୍ଷାବାହିନୀ । ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା । ସର୍ଚ୍ଚ ବେଳେ ଘରୁ ସନ୍ଦେହଜନକ ବସ୍ତୁ ଠାବ ହୋଇଛି ।ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା ।

ସେପଟେ କୁଲଗ୍ରାମ ଜିଲ୍ଲାରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଦୁଇ ଆତଙ୍କବାଦୀଙ୍କ ସହଯୋଗୀକୁ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଥୋକେପୁରା ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ପାଇଁ ପଚରା ଉଚରା ଚାଲିଛି । ଗିରଫ ଅଭିଯୁକ୍ତ ମାନେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଆତଙ୍କବାଦୀଙ୍କୁ ସହଯୋଗ କରିଆସୁଥିବାର ଅଭିଯୋଗ ରହିଛି ।

You Might Also Like

ଆସୁଛି ଦୁଇଟି ଲଘୁଚାପ ,ନେଇପାରେ ବାତ୍ୟାର ରୂପ !

ହିମାଚଳରୁ ବହିକି ପାକିସ୍ତାନକୁ ଯାଇଥିବା ତିନୋଟି ନଦୀର ଲମ୍ବ କେତେ?

କେମିତି କଟିବ ଆଜିର ଦିନ ଜାଣନ୍ତୁ

ମେ’ ୨ରୁ ଓଜେଇଇ ପରୀକ୍ଷା ଆରମ୍ଭ

ଧର୍ମଶାଳାରୁ ଦିଲ୍ଲୀ ପହଞ୍ଚିଲେ ଆଇପିଏଲ ପଞ୍ଜାବ କିଙ୍ଗସ ଖେଳାଳି

TAGGED:#UTKALA KHABARJamu kashmirNatioanal NewsPahalgamterror attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?