Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତରେ କେଉଁଠି ଥିଲ, କାହାକୁ ଭେଟିଥିଲ …ରାଣାଙ୍କୁ NIA ପଚାରିବ ଏମିତି ପ୍ରଶ୍ନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭାରତରେ କେଉଁଠି ଥିଲ, କାହାକୁ ଭେଟିଥିଲ …ରାଣାଙ୍କୁ NIA ପଚାରିବ ଏମିତି ପ୍ରଶ୍ନ

utkala khabar
Last updated: April 12, 2025 11:56 am
utkala khabar
Published April 12, 2025
Share
SHARE

ନୂଆଦିଲ୍ଲୀ ୧୨/୦୪: ତହବୁର ରାଣାକୁ ଏନଆଇଏର ଜେରାର ଆଜି ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ରାଣାକୁ ଗୁଡେଇ ତୁଡେଇ ଜେରା କରିବ ଏନ୍‌ଆଇଏ । ଖାସ୍ କରି ଭାରତରେ କେଉଁଠି ରହିଥିଲ କାହାକୁ ଭେଟିଥିଲ, କଣ କଣ ଆଲୋଚନା କରିଥିଲେ ସେନେଇ ପଚରା ଉଚରା କରିବ ଏନ୍‌ଆଇଏ । ଏହାସହ ରାଣା ସହ ଆଉ କିଏ ଏହି ଯୋଜନାରେ ସାମିଲ ଅଛି କି ନାହିଁ ସେନେଇ ବି ହୋଇପାରେ ଜେରା ।

ସୂଚନା ଥାଉକି, ୨୬/୧୧ ମୁମ୍ବାଇ ଆତଙ୍କବଦୀ ହମଲାର ଷଡ଼ଯନ୍ତ୍ରକାରୀ ହେଉଛି ତହବୁର । ଶୁକ୍ରବାର ତଦନ୍ତ ବେଳେ ତହବୁର ରାଣା ଏନଆଇଏକୁ ସହଯୋଗ କରିନଥିବା ସୂଚନା ରହିଛି । ସ୍ବାସ୍ଥ୍ୟାବସ୍ଥା ଠିକ ନଥିବା କହି ସମସ୍ତ ପ୍ରଶ୍ନକୁ ଏଡାଇ ଚାଲିଥିଲା । ଆଜି ପୁଣି ତାକୁ ଜେରା କରିବ ଏନଆଇଏ ।

ତହବୁରକୁ ୧୮ ଦିନର ରିମାଣ୍ଡ ବେଳେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିବ ଏନଆଇଏ ଟିମ୍ ।  ବିଶେଷ କରି ଏହି ଆକ୍ରମଣ ଘଟଣାରେ ପାକିସ୍ତାନର ଲିଙ୍କ୍ ନେଇ ତଥ୍ୟ ଓଗାରିବ ଏନଆଇଏ । ରାଣା କେଉଁ କେଉଁ ସ୍ଥାନକୁ ଓ କାହା ନିକଟକୁ ଇ-ମେଲ ପଠାଇଛି, ଅନ୍ୟତମ ଷଡ଼ଯନ୍ତ୍ରକାରୀ ଡେଭିଡ କୋଲମାନ ହେଡଲି ସହ ସମ୍ପର୍କ ଓ ପାକିସ୍ତାନ ସେନା ଅଫିସରଙ୍କ ଭୂମିକା ସମ୍ପର୍କରେ ଜେରା କରାଯିବ। ଭାରତରେ ଆତଙ୍କବାଦୀ ନେଟୱାର୍କ ଏବଂ ୨୬/୧୧ ଆକ୍ରମଣର ଷଡ଼ଯନ୍ତ୍ର ସହ ଜଡିତ ସମସ୍ତ ଦିଗ ଉପରେ NIA ତହବୁର ରାଣାଠାରୁ ସୂଚନା ପାଇବାକୁ ଚାହୁଁଛି।

ତହବୁର ରାଣା, ଡେଭିଡ୍ କୋଲମ୍ୟାନ୍ ହେଡଲି, ଲସ୍କର-ଏ-ତୈବା, ହରକତ-ଉଲ-ଜିହାଦି ଇସଲାମି ଏବଂ ଅନ୍ୟାନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ରହିଛି । ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ ତହବୁର ରାଣା ଭାରତର ଅନେକ ସହରକୁ ଟାର୍ଗେଟ କରିବା ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚିଥିଲା।

କୋର୍ଟ ତାଙ୍କ ଆଦେଶରେ NIAକୁ ପ୍ରତି 24 ଘଣ୍ଟାରେ ତହବୁର ରାଣାଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଏବଂ ପ୍ରତି ଦ୍ୱିତୀୟ ଦିନରେ ସେ ଓକିଲଙ୍କୁ ଭେଟିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତହବୁର ରାଣା ଆମେରିକାରୁ ଏକ ସ୍ବତନ୍ତ୍ର ବିମାନରେ ଆସିବା ପରେ ତାକୁ ଗିରଫ କରିଥିଲା ଏନଆଇଏ। ରାଣାର ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି ଏନଆଇଏର ୧୨ ସଦସ୍ୟ।

You Might Also Like

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ

ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଆମେରିକା-ଚୀନ୍‌ ମଧ୍ୟରେ ତୀବ୍ର ହେଲା ବାଣିଜ୍ୟ ଯୁଦ୍ଧ, ଡ୍ରାଗନ ଉପରେ ୧୦୪% ଟାରିଫ୍

ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ: ISSକୁ ଯାତ୍ରା କରିବେ ଶୁଭାଂଶୁ

TAGGED:Mumbai terror attacksNational Investigation AgencyTahawwur Ranaterrorism investigationsTerrorist
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?