Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ ଷ୍ଟ୍ରବେରୀ ଚନ୍ଦ୍ର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ ଷ୍ଟ୍ରବେରୀ ଚନ୍ଦ୍ର

utkala khabar
Last updated: June 11, 2025 3:49 pm
utkala khabar
Published June 11, 2025
Share
SHARE

ଜହ୍ନ ତ ସବୁବେଳେ ସୁନ୍ଦର , ସେ ପୁଣି ପୂର୍ଣ୍ଣମୀର ଜହ୍ନ ଆହୁରି ସୁନ୍ଦର । ଆଜି ବି ଜହ୍ନର ଏକ ଭିନ୍ନ ରଙ୍ଗରେ ଝଲସିବ ଆକାଶ । ୧୧ ଜୁନ୍‌ ୨୦୨୫ ରାତିରେ ଆକାଶରେ ଦୃଶ୍ୟମାନ ହେବ ବିରଳ ଦୃଶ୍ୟ । ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ଣ୍ଣିମା ରାତିରେ ଷ୍ଟ୍ରବେରୀ ଚନ୍ଦ୍ର ଦୃଶ୍ୟମାନ ହେବ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହା ମାଇକ୍ରୋ ମୁନ୍‌ ମଧ୍ୟ ହେବ । ଯାହା ପୃଥିବୀଠାରୁ ଟିକେ ଦୂରରେ ଥିବାରୁ ସାଧାରଣ ଅପେକ୍ଷା ଟିକେ ଛୋଟ ଏବଂ ଅସ୍ପଷ୍ଟ ଦେଖାଯିବ ।

ଏଥରର ଷ୍ଟ୍ରବେରୀ ଚନ୍ଦ୍ର କେବଳ ଏହାର ନାମ କିମ୍ବା ରଙ୍ଗ ପାଇଁ ନୁହେଁ, ବରଂ ଏହାର ‘ମାଇକ୍ରୋ ମୁନ୍’ ଏବଂ ‘ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍’ ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଯଦିଓ ଏହାର ରଙ୍ଗ ଷ୍ଟ୍ରବେରୀ ପରି ନୁହେଁ, କିନ୍ତୁ ଏହାର ନାମ ଆମେରିକୀୟ ଆଦିବାସୀ ପରମ୍ପରା ସହିତ ଜଡ଼ିତ । ସେଠାରେ ଜୁନ୍ ମାସରେ ଏହି ପୂର୍ଣ୍ଣିମା ପରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହେଉଥିଲା । ସେଥିପାଇଁ ଏହି ଦିନ ଆସୁଥିବା ଜହ୍ନର ରଙ୍ଗ ଦେଖି ତାହାର ନାମକରଣ କରାଯାଇଛି । ଏହି ବର୍ଷ ଚନ୍ଦ୍ର ପୃଥିବୀଠୁ ସବୁଠାରୁ ଦୂରରେ ରହିବ , ଯାହା ଯୋଗୁଁ ଏହା ସାଧାରଣ ଅପେକ୍ଷା ଛୋଟ ଏବଂ ନିମ୍ନ ଦେଖାଯିବ । ଏହି ଦିନ ପ୍ରତି ୧୮.୬ ବର୍ଷରେ ଥରେ ଆସେ ଅର୍ଥାତ୍‌ ଏହା ପରେ ପୁଣି ଏପରି ଚନ୍ଦ୍ର ୨୦୪୩ରେ ଦେଖାଯିବ । ଏହି ସୁଯୋଗ ସମସ୍ତଙ୍କ ପାଇଁ ଏକ ବିରଳ ଅଭିଙ୍ଗତା ହୋଇପାରେ ।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ , ଆଜି ଚନ୍ଦ୍ରଙ୍କ ଆଲୋକରେ ଏକ ସୁନେଲି ଉଷ୍ମ ଆଭା ଦେଖିବାକୁ ମିଳିବ । ଭାରତରେ ଜୁନ୍ ୧୧ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଦକ୍ଷିଣ-ପୂର୍ବ ଦିଗରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖାଯିବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ଭଳି ସହରରେ, ସନ୍ଧ୍ୟା ୭ଟା ପରେ ଏହି ଦୃଶ୍ୟ ଦୃଶ୍ୟମାନ ହେବ ।

You Might Also Like

ଆର୍ଥିକ ସହାୟତା ଘୋଷଣା କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ

ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ

ସରକାରୀ ଚାକିରି ଆବେଦନ ସମୟ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି

ପୁଣି ବଢ଼ିଲା ସୁନା ଦର

TAGGED:#special news#UTKALA KHABARIndian skiesLunar EventStrawberry moon
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?