Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ

utkala khabar
Last updated: May 27, 2025 10:45 am
utkala khabar
Published May 27, 2025
Share
SHARE

ଆଇପିଏଲ ୨୭/୫ : ଜୋଶ ଇଂଲିଶ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାସ୍ତ କରି କ୍ୱାଲିଫାୟର-୧ରେ ପ୍ରବେଶ କରିଛି ପଞ୍ଜାବ କିଙ୍ଗସ୍ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁମ୍ୱାଇ ୧୮୫ ରନର ଟାର୍ଗେଟ ଦେଇଥିଲା, ଯାହାକୁ ପଞ୍ଜାବ ୧୮.୩ ଓଭରରେ ତିନି ୱିକେଟ ହରାଇ ୧୮୭ ରନ୍ ହାସଲ କରି ନେଇଛି । ଏହାସହ ପଏଣ୍ଟ ଟେବୁଲରେ ପଞ୍ଜାବ ଟପ୍-୨ରେ ନିଜର ସ୍ଥାନ ନିଶ୍ଚିତ କରିଛି । ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ଦଳ ଫାଇନାଲରେ ପହଞ୍ଚିବା ପାଇଁ ଅତିରିକ୍ତ ସୁଯୋଗ ପାଆନ୍ତି । ମୁମ୍ବାଇକୁ ଏବେ ଏଲିମିନେଟର ମ୍ୟାଚ୍ ଖେଳିବାକୁ ପଡିବ । ମୁମ୍ୱାଇ ୧୪ ମ୍ୟାଚ୍‌ରୁ ୧୬ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଛି । ପଞ୍ଜାବ ୧୪ଟି ମ୍ୟାଚ୍‌ରୁ ୧୯ ପଏଣ୍ଟ ସହିତ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି ।

ଲକ୍ଷ୍ୟ ହାସଲ ପାଇଁ ଓହ୍ଲାଇଥିବା ପଞ୍ଜାବର ଆରମ୍ଭ ଭଲ ନଥିଲା । ପଞ୍ଚମ ଓଭରରେ ପ୍ରଭସିମରନ ସିଂହ (୧୩)ଙ୍କୁ ଜଶପ୍ରିତ ବୁମରା ଆଉଟ୍ କରିଥିଲେ । ଏହା ପରେ ଜୋଶ ଇଂଲିସ୍ ଏବଂ ପ୍ରିୟାଂଶ ଆର୍ଯ୍ୟ ମୁମ୍ୱାଇ ବୋଲରଙ୍କୁ ପାଣି ପିଆଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନ୍ ଯୋଡ଼ି ମୁମ୍ବାଇକୁ ବ୍ୟାକଫୁଟରେ ପକାଇଥିଲେ । ୩୫ଟି ବଲରେ ପ୍ରିୟାଂଶ ୬୨ ରନ୍ ଯୋଡିଥିଲେ । ଯୋଶ ଇଂଲିଶ ୭୩ ରନ୍ କରି ଆଉଟ୍ ହୋଇଥିଲେ । ପଞ୍ଜାବ ପାଇଁ ଅଧିନାୟକ ଶ୍ରେୟସ ଆୟର ବିଜୟର ଇନିଂସ ଖେଳିଥିଲେ । ସେ ୧୬ ବଲ୍‌ରେ ଅପରାଜିତ ୨୬ ରନ୍ କରିଥିଲେ । ମୁମ୍ୱାଇ ପକ୍ଷରୁ ମିସେଲ ସାଣ୍ଟନର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ସାତ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଦଳ ସ୍ଥିର ଆରମ୍ଭ କରିଥିଲା । ପ୍ରଥମ ୱିକେଟ ପାଇଁ ରିଆନ୍ ରିକେଲଟନ ଏବଂ ରୋହିତ ଶର୍ମା ୪୫ ରନ୍ ଯୋଡିଥିଲେ । ରିକଲେଟନ୍ ୨୪ ରନ୍ କରିଥିଲେ । ରୋହିତ ୨୧ ବଲ୍‌ରେ ୨୪ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ୱିଲ୍ ଜ୍ୟାକ୍ସ ୮ ବଲରେ ୧୭ ରନ୍ କରିଥିଲେ ।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ବଲରେ ୨୬ ରନ୍ ଯୋଡ଼ିଥିଲେ । ନମନ ଧୀର ୧୨ଟି ବଲ୍‌ରେ ଦୁଇଟି ଛକା ସହାୟତାରେ ୨୦ ରନ୍ କରିଥିଲେ । ନମନ ଏବଂ ସୂର୍ଯ୍ୟ ଶେଷ ଓଭରରେ ନିଜ ୱିକେଟ ହରାଇଲେ । ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ ଏବଂ ମାର୍କୋ ଜାନସେନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହରପ୍ରୀତ୍ ବ୍ରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

You Might Also Like

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି

ଆତଙ୍କବାଦୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ୭ଟି ବଡ ପଦକ୍ଷେପ

ଓଡ଼ିଶା ଛାଡ଼ିବାକୁ ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌

୩ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

TAGGED:#mumbai indians#Punjab Kings#UTKALA KHABARIndian Premier League 2025match
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?