Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା

utkala khabar
Last updated: May 15, 2025 7:31 am
utkala khabar
Published May 15, 2025
Share
SHARE

ଖେଳ ୧୫/୫ : ହିଟ୍ ମ୍ୟାନ୍ ତଥା ଭାରତୀୟ ଅଧିନାୟକ ରୋହିତ ଶର୍ମା ମେ’ ୭ତାରିଖରେ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଇଂଲଣ୍ଡ ଗସ୍ତରେ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚୟନକର୍ତ୍ତା ନୀତିଗତ ନିଷ୍ପତ୍ତି ନେଇ ସାରିଥିବାର ଖବର ପଦାକୁ ଆସିବାର କିଛି ସମୟ ଭିତରେ ହିଁ ରୋହିତ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲେଖି ଟେଷ୍ଟ୍‌ରୁ ଅବସର ଘୋଷଣା କରିଥିଲେ। ତେବେ ପୂର୍ବଭଳି ସେ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ।ତେବେ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ରୋହିତ୍ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବର୍ଷା ବଙ୍ଗଳାରେ ରୋହିତ ଶର୍ମାଙ୍କୁ ଭେଟିଥିଲେ। ଏହି ସମୟର ଏକ ଫଟୋ ଭାଇରାଲ ହେବା ପରେ ଏବେ ସେ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ରୋହିତଙ୍କ ସହ ଫଟୋ ସେୟାର କରି ଦେବେନ୍ଦ୍ର ଫଡନାଭିସ୍ ଲେଖିଛନ୍ତି ଯେ, “ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ମୋର ସରକାରୀ ବାସଭବନ ବର୍ଷାରେ ସ୍ୱାଗତ କରିବା, ତାଙ୍କ ସହ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଅନେକ ବିଷୟରେ ଆଲୋଚନା କରି ଭଲ ଲାଗିଲା। ଟେଷ୍ଟ କ୍ରିକେଟରୁ ଅବସର ଏବଂ ତାଙ୍କ ଯାତ୍ରାର ପରବର୍ତ୍ତୀ ଅଧ୍ୟାୟରେ ସଫଳତା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଲି।

“ଫଡନାଭିସ୍‌ଙ୍କ ଏହି ପୋଷ୍ଟ ପରେ ଲୋକେ ରୋହିତଙ୍କୁ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି କହିବା ସହ କେହି କେହି ତାଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ବୋଲି କମେଣ୍ଟରେ ଲେଖିଥିବା ଦେଖାଯାଇଛି।

 

You Might Also Like

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ପାଇଁ ସ୍କୁଲ ଛୁଟି

ଜିତେଶଙ୍କ ୮୫ ରନ ବଳରେ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ବେଙ୍ଗାଲୁରୁ

ପୁଣି ଧୋନିଙ୍କ ଅବସରକୁ ନେଇ ବଢ଼ିଲା ଚର୍ଚ୍ଚା

ଆପଣ ମ୍ୟାଙ୍ଗୋସେକ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସଚେତନ

TAGGED:#UTKALA KHABARCricketDevendra FadnavisMaharashta CmmatchMeetRetirementRohit sharmaTest match
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?