ମଶାଣି ରୁ ଶବ ଚୋରି ଅଭିଯୋଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଣିନାଥପୁର ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ନିକଟରେ ମଶାଣି ରୁ ଶବ ଚୋରି ଅଭିଯୋଗ ହୋଇଚି । ଅଭିଯୋଗ ଅନୁଯାୟୀ ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତଦେହ କୁ ଗାଁ ପାଖ ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା । ତେବେ ଦଶାହ କର୍ମ ପାଇଁ ଅବଶକିୟୀ ଦଶାହ କର୍ମ ଦୀପ ନେଇ ମାଆଙ୍କ ଶବ ପୋତିଥିବା ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନ କୁ ଯାଇଥିଲେ ତାପସ ଓ ସମ୍ପର୍କୀୟ । ତେବେ ତାପସ ପହଞ୍ଚି ଦେଖିଲେ ମାଆ ଙ୍କ ଶବ ପୋତା ସ୍ଥାନ ଖୋଳା ଯାଇଛି । ସମ୍ପର୍କୀୟ ଓ ଗାଁ ଲୋକ ଅନେକ ଖୋଜାଖୋଜି କଲେ କିନ୍ତୁ ଶବ ମିଳିଲା ନାହିଁ । ଶବ ପୋତା ସ୍ଥାନରେ ମଦ ବୋତଲ ପାଣି ବୋତଲ ପଡ଼ିଥିବା ବେଳେ ଗାତ ପାଖରୁ ଶବ ଟିକୁ ଘୋଷାରି ଘୋଷାରି ନେଇଥିବା ଅଭିଯୋଗ ହୋଇଚି । ତେବେ ଏ ନେଇ ମୃତ ରୁକ୍ମିଣୀ ଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।