Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପରଲୋକରେ ପୂର୍ବତନ ବିଧାୟକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପରଲୋକରେ ପୂର୍ବତନ ବିଧାୟକ

utkala khabar
Last updated: May 30, 2025 10:52 am
utkala khabar
Published May 30, 2025
Share
SHARE

ଢେଙ୍କାନାଳ ୩୦/୫: ପରଲୋକରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ । ୭୪ ବର୍ଷ ବୟସରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଛି ।କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିଲେ । ୨ ଥର ବିଜେପି ଓ ଥରେ ବିଜେଡ଼ିରୁ ନିର୍ବାଚିତ ହୋଇଥିଲେ ।୧୯୭୭ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ରାଜ୍ୟର ପ୍ରଥମ ବିଜେପି ବିଧାୟକ ଥିଲେ ପ୍ରସନ୍ନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ସେପଟେ ପ୍ରସନ୍ନ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଅନେକ ନେତୃବୃନ୍ଦ ।ମଲ୍ଟି ଅର୍ଗାନ ଫେଲ କାରଣରୁ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଆଜି ଭୋରୁ ତାଙ୍କର ଦେହାନ୍ତ ହୋଇଛି । ୧୯୪୮ ଜୁନ୍‌ ୧ ଢେଙ୍କାନାଳ ଜିଲ୍ଲା ଭୁବନରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ଛାତ୍ରନେତା ଭାବେ ୧୯୬୪ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାପରେ ସେ ସ୍ୱଗର୍ତ ଆର.ଏନ୍‌ ସିହଂଦେଓଙ୍କ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଯୁବ ସ୍ୱତନ୍ତ୍ର ପାର୍ଟିର ସଭାପତି ହୋଇଥିଲେ । ୧୯୭୭ରେ ପ୍ରଥମ ଥର ପ୍ରସନ୍ନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ବିଜୟୀ ହୋଇଥିଲେ ।

୧୯୯୦ରେ ପୁଣି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୧୪ରେ ବିଜେପି ଦଳକୁ ଟିକେଟ୍‌ ପାଇଥିଲେ ହେଲେ ହାରି ଯାଇଥିଲେ । ଜଣେ ରାଜନେତା ଓ ସାମାଜିକ କର୍ମୀ ଭାବେ ସେ ଜନତାଙ୍କ ହୃଦୟରେ ଘର କରିଥିଲେ । ଦୁଇ ଦିନ ପରେ ଜନ୍ମଦିନ ପାଳନ କରିଥାନ୍ତେ ହେଲେ ଆଖି ବୁଜିଛନ୍ତି ପ୍ରସନ୍ନ ପଟ୍ଟନାୟକ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

You Might Also Like

ମେ ୧୦ ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ସକାଳେ ଖରା ଅପରାହ୍ନରେ ବର୍ଷା

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

‘ଭୁବନେଶ୍ୱରରୁ ଆବୁଧାବି’କୁ ସିଧାସଳଖ ଉଡ଼ିବ ବିମାନ

କ’ଣ ସତରେ ମାଟିରେ ପୋତା ହୋଇଥିବା ଧନକୁ ସୁରକ୍ଷା ଦିଅନ୍ତି ସାପ! ଜାଣନ୍ତୁ ଏହାର ସତ୍ୟତାର କାହାଣୀ

TAGGED:#odisha#UTKALA KHABARKamakhyanagarMLAPasses awayPrasanna Patanayak
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?