କେନ୍ଦୁଝର ୧୪/୦ : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳନ ହେଉଛି ୮୯ତମ ଚଇତି ପର୍ବ । ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଛି । ଲମ୍ବା ଲାଇନରେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ଆଜି ଭୋରୁ ଦେହୁରୀମାନେ ପ୍ରଥମେ ମାଆଙ୍କୁ କ୍ଷୀର, ଲହୁଣୀ, ହଳିଦୀ, ଚୁଆ, ଚନ୍ଦନ ଓ ମହୁ ଲେପନ କରି ମାଜଣା କରିଥିଲେ । ପରେ ମାଆଙ୍କୁ ସ୍ନାନ କରାଯିବା ପରେ ସୁନାବେଶ କରାଯାଇଥିଲା । ଧୂପ, ଦୀପ, ନୈବେଦ୍ୟ ସହ ସକାଳ ଆଳତୀ ହୋଇଥିଲା । ଭୋର ୫ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ବହୁ ଦୂର ଦୂରାନ୍ତରୁ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି ।
ଭକ୍ତମାନେ ଆଣିଥିବା ଭୋଗ ଦେହୁରୀମାନଙ୍କ ଦ୍ବାରା ଅର୍ପଣ କରାଯାଉଛି । ଦିନ ୧୦ଟାରେ ଶଙ୍ଖୁଡ଼ି ଭୋଗ ଲାଗି ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ୫ ପ୍ଲାଟୁନ ପୋଲିସ ସହ ୫୦ରୁ ଉର୍ଦ୍ଧ୍ବ ଅଫିସର ମୁତୟନ ହୋଇଛନ୍ତି ।